Content-Length: 107595 | pFad | https://or.wikipedia.org/wiki/%E0%AC%A8%E0%AD%82%E0%AC%86_%E0%AC%AF%E0%AD%81%E0%AC%97

ନୂଆ ଯୁଗ - ଉଇକିପିଡ଼ିଆ Jump to content

ନୂଆ ଯୁଗ

ଉଇକିପିଡ଼ିଆ‌ରୁ
ସନ ୨୦୦୭ରେ ବସନିଆରେ ହୋଇଥିବା ନୂଆ ଯୁଗର ଇନ୍ଦ୍ରଧନୁ ସମାବେଶ

ନୂଆ ଯୁଗ (ଇଂରାଜୀ ଭାଷାରେ New Age) ଏକ ସାରଗ୍ରାହୀ ଧାର୍ମିକ (religious) ବା ଆଧ୍ୟାତ୍ମିକ (spiritual) ବିଶ୍ୱାସ ଧାରାର ଅଧ୍ୟୟନ ଯାହା ସନ ୧୯୭୦ରେ ପଶ୍ଚିମ ଦେଶମାନଙ୍କରେ ବିକଶିତ ହୋଇଥିଲା । ଯଦିଓ ଏହାକୁ ଧାର୍ମିକ ବିଚାର କରାଯାଉଥିଲା, ଯେଉଁମାନେ ଏଥିରେ ସଂଯୁକ୍କ୍ତ ହେଉଥିଲେ, ସେମାନେ ଏହାକୁ ଆଧ୍ୟାତ୍ମିକ ବା ମନ, ଦେହ ଓ ଆତ୍ମା କ‌ହୁଥିଲେ ଓ ସେମାନେ ନିଜେ କ୍ୱଚିତ୍ ନୂଆ ଯୁଗ କ‌ହୁଥିଲେ । ଏହି ବିଷୟର ଅନେକ ବିଦ୍ୱାନମାନେ ଏହାକୁ ନୂଆ ଯୁଗ ଆନ୍ଦୋଳନ କ‌ହୁଥିଲେ ଓ ଅନ୍ୟମାନେ ଏହି ଶବ୍ଦ ବିଷୟ ନେଇ ଯୁକ୍ତି କରି ଏହାକୁ ମିଲିଉ (milieu or zeitgeist) ନାମ ଦେଲେ ଭଲ ହେବ ବୋଲି କ‌ହୁଥିଲେ ।

ଅଳ୍ପ ସଂଖ୍ୟକ ଲୋକଙ୍କର ଜ୍ଞାନ ଥାଇ ପଶ୍ଚିମ ଗୁପ୍ତ ପରମ୍ପରା ଉପରେ ନୂଆ ଯୁଗ ପ୍ରବେଶ କଲା । ବିଶେଷତଃ ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀରେ ତାନ୍ତ୍ରିକ ପରମ୍ପରା ଉପରେ ଏହା ପ୍ରବେଶ କଲା । ଏହାର ସଠିକ ଉତ୍ସ ଦ୍ୱନ୍ଦ୍ୱାତ୍ମକ ରହିଛି କିନ୍ତୁ ସନ ୧୯୭୦ତର ସାଧାରଣତଃ ସଂଯୁକ୍ତ ରାଷ୍ଟ୍ରରେ ଏହାର କେନ୍ଦ୍ର ଥିବା ବିଶ୍ୱାସ କରାଯାଏ । ଏହା ୧୯୮୦ ଓ ୧୯୯୦ ଦଶକରେ ବିସ୍ତାର ଲାଭ କଲା । ଏକ ବିଂଶ ଶତାବ୍ଦୀ ଆରମ୍ଭରେ ନୂଆ ଯୁଗ ଅଧିକ ମାତ୍ରାରେ ଅସ୍ୱୀକୃତ ହୋଇଗଲା । କେତେକ ବିଦ୍ୱାନ କ‌ହିଲେ, "ନୂଆ ଯୁଗ" ଘଟଣା ସରିଗଲା ।

ଅତ୍ୟଧିକ ଉଦାରପନ୍ଥି ଥିବା ସତ୍ତ୍ୱେ ଏହି ନୂଆ ଯୁଗ ଭିତରେ ଅନେକ ବିଶ୍ୱାସ ରହିଥିବା ଚିହ୍ନଟ ହେଲା । ନୂଆ ଯୁଗରେ ଧର୍ମ ଶାସ୍ତ୍ର ଅନୁସାରେ ଏକ ସମ୍ପୁର୍ଣ୍ଣ ଦିବ୍ୟତା ସାରା ପୃଥିବୀରେ ରହିଥିବା ବିଶ୍ୱାସ କରାଯାଏ ଓ ଏହା ମଧ୍ୟରେ ମାନବ ସତ୍ତା ମଧ୍ୟ ଅଛି । ତେଣୁ ସ୍ୱୟଂ ଉପରେ ଏକ ସଶକ୍ତ ମହତ୍ୱ ଦାବୀ କରାଯାଏ । ଏହା ସ‌ହିତ ବିଭିନ୍ନ ଅର୍ଦ୍ଧ ସ୍ୱର୍ଗୀୟ ଅଣ-ମାନବ ସତ୍ତା ରହିଥିବା ବିଶ୍ୱାସ ରହିଛି ଯେପରିକି ପରୀ ଓ ପୂରାତନ ଜ୍ଞାନର ଶିକ୍ଷକ ଯାହା ସ‌ହିତ କୌଣସି ମାଧ୍ୟମ ସାହାଯ୍ୟରେ ମାନବ ମତ ବିନିମୟ କରିପାରେ । ମାନବ ଇତିହାସ ଅଧ୍ୟୟନ କଲେ ଦେଖାଯାଏ ଅନେକ ପୃଥକ ଓ ସ୍ୱତନ୍ତ୍ର ଯୁଗ ଅଛି । ଏକ ସମୟରେ ମାନବ ଏକ ବିରାଟ ପ୍ର‌ଯୁକ୍ତି ବିଦ୍ୟା ସାହାଯ୍ୟରେ ଉନ୍ନତିର ସୋପାନ ଚଢ଼ିବା ସଙ୍ଗେ ସଙ୍ଗେ ଆଧ୍ୟତ୍ମିକ ଜ୍ଞାନ ଲାଭ କରିବା ପରେ ଏକ ପତନ ଦିଗରେ ଗତି କରୁଛି ।

ସଂଜ୍ଞା

[ସମ୍ପାଦନା]

ଏହି ନୂଆ ଯୁଗ ଦୃଶ୍ୟ ସଂଜ୍ଞାକରଣ କରିବା କଷ୍ଟକର କେତେକ ବିଦ୍ୱାନଙ୍କର ଏହାର କାର୍ଯ୍ୟକ୍ଷେତ୍ର ଉପରେ ମତଭେଦ ରହିବାକୁ ଦିଆଯାଉ । [] ସ୍ଟିଭେନ ଜେ ସଟକ୍ଲିଫ ଓ ଇଙ୍ଗଭାଲିଡ ସଲିଡ ଗିଲହସ ପ୍ରସ୍ତାବ ଦେଇଛନ୍ତି ମାନବ ଧର୍ମ ଅନୁଶୀଳନ ଉପରେ ଏହା ଏକ ସର୍ବାଧିକ ବିବାଦଗ୍ରସ୍ତ ଶ୍ରେଣୀ । []

 ଧର୍ମର ଐତିହାସିକ ଓଲଭ ହାମେର ଏହାକୁ ଅନେକ ପ୍ରକାରର ସମ୍ପୁର୍ଣ୍ଣ ବିଭିନ୍ନ ଧରଣର ଲୋକପ୍ରିୟ ଅଭ୍ୟାସ ଓ ବିଶ୍ୱାସ ଯାହା ସନ ୧୯୭୦ର ଶେଷ ଭାଗରୁ ଓ ଏଗୁଡ଼ିକ ଐତିହାସିକ ବନ୍ଧନ ଜରିଆରେ ଚାଲିଆସିଛି । [] ହ୍ୟାମେରଙ୍କ ମତର ନୂଆ ଯୁଗ ଏକ ତରଳ ଓ ଅସ୍ପଷ୍ଟ ସଂସ୍କୃତି । [] ସମାନଶାସ୍ତ୍ରୀ ମାଇକେଲ ୟୋର୍କଙ୍କ ବର୍ଣ୍ଣନା ଅନୁଦାରେ ନୂଆ ଯୁଗ ଏକ ଛତା ଯାହା ତଳେ ବିଭିନ୍ନ ରକମର ଦଳ ଓ ଚିହ୍ନର ଲୋଲ ସଂଯୁକ୍ତ ହୋଇ ଏକ ମୂଖ୍ୟ ଜାଗତିକ ପରିବର୍ତ୍ତନ ଆଶା କରୁଛନ୍ତି ଯାହା ମାନବ କ୍ଷମତା ଉପରେ ନିର୍ଭର କରେ । []


  1. Granholm 2013, p. 59.
  2. Sutcliffe & Gilhus 2013, p. 1.
  3. Hammer 2006, p. 855.
  4. Hammer 2001, p. 14.
  5. York 1995, pp. 1–2.








ApplySandwichStrip

pFad - (p)hone/(F)rame/(a)nonymizer/(d)eclutterfier!      Saves Data!


--- a PPN by Garber Painting Akron. With Image Size Reduction included!

Fetched URL: https://or.wikipedia.org/wiki/%E0%AC%A8%E0%AD%82%E0%AC%86_%E0%AC%AF%E0%AD%81%E0%AC%97

Alternative Proxies:

Alternative Proxy

pFad Proxy

pFad v3 Proxy

pFad v4 Proxy