Content-Length: 118563 | pFad | https://or.wikipedia.org/wiki/%E0%AC%AC%E0%AC%B0%E0%AD%8D%E0%AC%B8%E0%AC%BE%E0%AC%87%E0%AC%9F%E0%AC%BF%E0%AC%B8%E0%AD%8D

ବର୍ସାଇଟିସ୍ - ଉଇକିପିଡ଼ିଆ Jump to content

ବର୍ସାଇଟିସ୍

ଉଇକିପିଡ଼ିଆ‌ରୁ
Bursitis
ବିଭାଗOrthopedics
ଲକ୍ଷଣSwelling, difficulty moving, tenderness, pain[]
କାରଣOveruse, infection, trauma, inflammatory disorders[]
ରୋଗ ନିର୍ଣ୍ଣୟ ପଦ୍ଧତିSymptoms and examination[]
ସଠିକ ରୋଗ ନିର୍ଣ୍ଣୟArthritis, fractures, tendinitis, nerve problems[]
ଚିକିତ୍ସାRest, ice, compression, NSAIDs[][]
PrognosisGenerally good[]
ପୁନଃପୌନିକCommon[]

ବର୍ସାଇଟିସ୍ ରୋଗରେ ବର୍ସା ବା ତରଳ ପଦାର୍ଥ ଭରା ଏକ ଥଳିର ପ୍ରଦାହ ହୁଏ[] ଏହି ଥଳିଗୁଡ଼ିକର ଭିତର ପାର୍ଶ୍ୱରେ ସାଇନୋଭିଆଲ ସ୍ତର ଥାଏ ଯେଉଁଥିରୁ ସାଇନୋଭିଆଲ ତରଳ ପଦାର୍ଥ ବାହାରି ଭିତର ପାର୍ଶ୍ୱ ଚିକ୍କଣ କରେ | [] ବର୍ସାଇଟିସ୍ ପ୍ରଭାବିତ ଅଞ୍ଚଳରେ ଚଳପ୍ରଚଳ ଅସୁବିଧା, ଦରଜ ଏବଂ ଯନ୍ତ୍ରଣା ହୋଇପାରେ | [] ଧୀରେ ଧୀରେ ଆରମ୍ଭ ହେଉଥିବା ବର୍ସାଇଟିସ୍ ରୋଗରେ ଯନ୍ତ୍ରଣା ଅନୁପସ୍ଥିତ ରହିପାରେ | [] ଏହି ରୋଗ ଜଟିଳ ହେଲେ ସେପ୍ଟିକ ବର୍ସାଇଟିସ୍ ହୋଇପାରେ । []

ବର୍ସାଇଟିସର କାରଣ ମଧ୍ୟରେ ଅତ୍ୟଧିକ ବ୍ୟବହାର, ସଂକ୍ରମଣ, ଆଘାତ ଏବଂ ପ୍ରଦାହ ଜନିତ ରୋଗ ଅନ୍ତର୍ଭୁକ୍ତ | [] ମାନବ ଶରୀରରେ ୧୫୦ରୁ ଅଧିକ ବର୍ସା ଅଛି | [] ସାଧାରଣତଃ ଅଧିକାଂଶ କ୍ଷେତ୍ରରେ ପ୍ରିପାଟେଲାର, ଓଲିକ୍ରାନନ୍, ଟ୍ରୋକାଣ୍ଟେରିକ ଓ ରେଟ୍ରୋକାଲକାନିଆଲ ବର୍ସା ପ୍ରଭାବିତ ହୁଏ । [] ହାଡ଼ର ପ୍ରମୁଖ ସ୍ଥାନଗୁଡିକ ଉପରେ ଘସିହେଉଥିବା ମାଂସପେଶୀ, ଟେଣ୍ଡନ ଓ ଅନ୍ୟାନ୍ୟ ତନ୍ତୁ ଗୁଡ଼ିକ ବର୍ସା ଥିବା ଫଳରେ ଘର୍ଷଣ ଜନିତ କ୍ଷତିଗ୍ରସ୍ତ ହୁଏନାହିଁ | [] ସାଧାରଣତଃ ତନ୍ତୁ ତନ୍ତୁ ମଧ୍ୟରେ ଗତିକୁ ଉନ୍ନତ କରିବା ପାଇଁ ସେଗୁଡ଼ିକ କାର୍ଯ୍ୟ କରନ୍ତି | [] ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ ଏବଂ ପରୀକ୍ଷା ଉପରେ ଆଧାରିତ ହୁଏ ଏବଂ ଅତିରିକ୍ତ ପରୀକ୍ଷାଦ୍ୱାରା ସମର୍ଥିତ ହୋଇପାରେ | [] [] ସମାନ ଲକ୍ଷଣର ଅନ୍ୟାନ୍ୟ କାରଣ ହେଉଛି ଆର୍ଥ୍ରାଇଟିସ୍, ଅସ୍ଥିଭଗ୍ନ, ଟେଣ୍ଡିନାଇଟିସ୍ ଏବଂ ସ୍ନାୟୁ ସମସ୍ୟା। []

ଏହାର ଚିକିତ୍ସାରେ ସାଧାରଣତଃ ବିଶ୍ରାମ, ବରଫ ସେକ, କମ୍ପ୍ରେସନ ବା ସଙ୍କୋଚନ ଏବଂ ନନଷ୍ଟେରଏଡାଲ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ ଦିଆଯାଏ | [] [] ଷ୍ଟେରଏଡ ଇଞ୍ଜେକ୍ସନ କିମ୍ବା ଅସ୍ତ୍ରୋପଚାର ଅପେକ୍ଷାକୃତ କମ୍ ବ୍ୟବହୃତ ହୁଏ | [] ଦୀର୍ଘକାଳୀନ ବର୍ସାଇଟିସରେ ଷ୍ଟେରଏଡ ଇଞ୍ଜେକ୍ସନର ଉପକାରିତା ୨୦୨୦ ମସିହା ସୁଦ୍ଧା ପ୍ରମାଣ ସିଦ୍ଧ ହୋଇନାହିଁ । [] ଏହି ରୋଗ ପୁରୁଷ ଏବଂ ମହିଳାମାନଙ୍କୁ ସମାନ ଭାବରେ ପ୍ରଭାବିତ କରେ ।[] []

  1. ୧.୦ ୧.୧ ୧.୨ Hubbard, MJ; Hildebrand, BA; Battafarano, MM; Battafarano, DF (June 2018). "Common Soft Tissue Musculoskeletal Pain Disorders". Primary care. 45 (2): 289–303. doi:10.1016/j.pop.2018.02.006. PMID 29759125.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Williams, Christopher H.; Sternard, Britni T. (August 15, 2020.). "Bursitis". Bursitis. StatPearls Publishing. {{cite book}}: Check date values in: |date= (help)
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ Aaron, DL; Patel, A; Kayiaros, S; Calfee, R (June 2011). "Four common types of bursitis: diagnosis and management". The Journal of the American Academy of Orthopaedic Surgeons. 19 (6): 359–67. doi:10.5435/00124635-201106000-00006. PMID 21628647.
  4. Vigorita, Vincent J.; Ghelman, Bernard; Mintz, Douglas (2008). Orthopaedic Pathology (Second ed.). Philadelphia: Lippincott Williams and Wilkins. p. 719. ISBN 978-0-7817-9670-5.
  5. Vigorita, Vincent J.; Ghelman, Bernard; Mintz, Douglas (2008). Orthopaedic Pathology (Second ed.). Philadelphia: Lippincott Williams and Wilkins. p. 719. ISBN 978-0-7817-9670-5.








ApplySandwichStrip

pFad - (p)hone/(F)rame/(a)nonymizer/(d)eclutterfier!      Saves Data!


--- a PPN by Garber Painting Akron. With Image Size Reduction included!

Fetched URL: https://or.wikipedia.org/wiki/%E0%AC%AC%E0%AC%B0%E0%AD%8D%E0%AC%B8%E0%AC%BE%E0%AC%87%E0%AC%9F%E0%AC%BF%E0%AC%B8%E0%AD%8D

Alternative Proxies:

Alternative Proxy

pFad Proxy

pFad v3 Proxy

pFad v4 Proxy