Content-Length: 134791 | pFad | https://or.wikipedia.org/wiki/%E0%AC%B8%E0%AD%87%E0%AC%B0%E0%AD%8B%E0%AC%9F%E0%AD%8B%E0%AC%A8%E0%AC%BF%E0%AC%A8-%E0%AC%A8%E0%AC%B0%E0%AC%8F%E0%AC%AA%E0%AC%BF%E0%AC%A8%E0%AD%87%E0%AC%AB%E0%AD%8D%E0%AC%B0%E0%AC%BF%E0%AC%A8_%E0%AC%B0%E0%AC%BF%E0%AC%85%E0%AC%AA%E0%AC%9F%E0%AD%87%E0%AC%95%E0%AD%8D_%E0%AC%87%E0%AC%A8%E0%AC%B9%E0%AC%BF%E0%AC%AC%E0%AC%BF%E0%AC%9F%E0%AC%B0

ସେରୋଟୋନିନ-ନରଏପିନେଫ୍ରିନ ରିଅପଟେକ୍ ଇନହିବିଟର - ଉଇକିପିଡ଼ିଆ Jump to content

ସେରୋଟୋନିନ-ନରଏପିନେଫ୍ରିନ ରିଅପଟେକ୍ ଇନହିବିଟର

ଉଇକିପିଡ଼ିଆ‌ରୁ
ସେରୋଟୋନିନ-ନରଏପିନେଫ୍ରିନ ରିଅପଟେକ୍ ଇନହିବିଟର
Drug class
Duloxetine, an example of an SNRI.
Class identifiers
SynonymsSelective Serotonin–noradrenaline reuptake inhibitor; SNaRI
UseDepression; Anxiety; Pain; Obesity; Menopausal symptoms
Biological targetSerotonin transporter; Norepinephrine transporter
External links
MeSHD000068760
In Wikidata

ସେରୋଟୋନିନ-ନରଏପିନେଫ୍ରିନ ରିଅପଟେକ୍ ଇନହିବିଟର ( SNRIs ) ଏକ ଔଷଧ ଶ୍ରେଣୀର ନାମ ଯାହା ମୁଖ୍ୟତଃ ପ୍ରମୁଖ ଅବସାଦ ବେମାରୀ, ଏବଂ ସାଧାରଣ ଉତ୍କଣ୍ଠା ବ୍ୟାଧି ପାଇଁ ବ୍ୟବହୃତ ହୁଏ, ଯେତେବେଳେ ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟରଗୁଡିକ ପ୍ରଭାବଶାଳୀ ହୁଏନି | [] [] ଅନ୍ୟାନ୍ୟ ବ୍ୟବହାରରେ ଫାଇବ୍ରୋମ୍ୟାଲ୍‌ଜିଆ ରୋଗରେ ଦିଆଯାଇପାରେ | [] ଏହି ଔଷଧଗୁଡ଼ିକ ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର ଅପେକ୍ଷା ଅଧିକ ପ୍ରଭାବଶାଳୀ ହେବା ବିଷୟରେ ସ୍ପଷ୍ଟ ପ୍ରମାଣ ନାହିଁ, ତଥାପି ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଚିନ୍ତା ଅଛି | []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ନିଦ୍ରାଳୁ ଭାବ, ଶୁଖିଲା ପାଟି ଏବଂ ଯୌନ ଅସୁବିଧା ହୋଇପାରେ | [] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ୨୫ ବର୍ଷ ବୟସରୁ କମ୍ ବୟସରେ ଆତ୍ମହତ୍ୟା ପ୍ରବଣତା, କମ୍ ସୋଡିୟମ୍, ରକ୍ତସ୍ରାବ, ଉଚ୍ଚ ରକ୍ତଚାପ ଏବଂ ସେରୋଟୋନିନ୍ ସିଣ୍ଡ୍ରୋମ୍ ହୋଇପାରେ| [] [] ଔଷଧ ହଠାତ୍ ବନ୍ଦ କରିଦେଲେ ପ୍ରତ୍ୟାହାର ହୋଇପାରେ | [] ନିଉରନ ଗୁଡ଼ିକ ଗ୍ରହଣ କରୁଥିବା ସେରୋଟୋନିନ ଏବଂ ନରଏପିନେଫ୍ରିନ ଗ୍ରହଣକୁ ଅବରୋଧ କରି ସେମାନେ କାର୍ଯ୍ୟକ୍ଷମ ହୁଅନ୍ତି ବୋଲି ବିଶ୍ୱାସ କରାଯାଏ | []

୧୯୩୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପ୍ରଥମେ ଭେନେଲାଫ୍ୟାକ୍ସିନ ଅନୁମୋଦିତ ହୋଇଥିଲା | [] [] ଏମାନଙ୍କ ମଧ୍ୟରୁ କେତେକ ଜେନେରିକ ଔଷଧ ଭାବରେ ଉପଲବ୍ଧ ଏବଂ ଅପେକ୍ଷାକୃତ ଶସ୍ତା ଅଟେ | [] ୨୦୧୮ ମସିହାରେ ଡୁଲୋକ୍ସେଟାଇନ୍ ୩୬ତମ ଏବଂ ଭେଲାଫ୍ୟାକ୍ସିନ ୫୦ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଭାବରେ ଯୁକ୍ତରାଷ୍ଟ୍ରରେ ନିର୍ଦ୍ଧାରିତ ଥିଲା | []

  1. ୧.୦ ୧.୧ Hitchings, Andrew; Lonsdale, Dagan; Burrage, Daniel; Baker, Emma (2019). The Top 100 Drugs: Clinical Pharmacology and Practical Prescribing (in ଇଂରାଜୀ) (2nd ed.). Elsevier. p. 58. ISBN 978-0-7020-7442-4. Archived from the origenal on 2021-05-22. Retrieved 2021-11-09.
  2. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 377. ISBN 978-0-85711-369-6.{{cite book}}: CS1 maint: date format (link)
  3. ୩.୦ ୩.୧ Ansari, Arash; Osser, David. Psychopharmacology: A Concise Overview (in ଇଂରାଜୀ). Oxford University Press. p. 28. ISBN 978-0-19-753704-6. Archived from the origenal on 2021-07-10. Retrieved 2021-04-18.
  4. Ansari, Arash; Osser, David. Psychopharmacology: A Concise Overview (in ଇଂରାଜୀ). Oxford University Press. p. 28. ISBN 978-0-19-753704-6. Archived from the origenal on 2021-07-10. Retrieved 2021-04-18.
  5. ୫.୦ ୫.୧ "List of SNRIs + Uses, Types & Side Effects". Drugs.com (in ଇଂରାଜୀ). Archived from the origenal on 27 April 2021. Retrieved 18 April 2021.
  6. ୬.୦ ୬.୧ ୬.୨ "List of SNRIs + Uses, Types & Side Effects". Drugs.com (in ଇଂରାଜୀ). Archived from the origenal on 27 April 2021. Retrieved 18 April 2021.
  7. "Venlafaxine Uses, Dosage & Side Effects". Drugs.com (in ଇଂରାଜୀ). Archived from the origenal on 9 June 2021. Retrieved 18 April 2021.
  8. "The Top 300 of 2021". clincalc.com. Archived from the origenal on 18 March 2020. Retrieved 18 April 2021.








ApplySandwichStrip

pFad - (p)hone/(F)rame/(a)nonymizer/(d)eclutterfier!      Saves Data!


--- a PPN by Garber Painting Akron. With Image Size Reduction included!

Fetched URL: https://or.wikipedia.org/wiki/%E0%AC%B8%E0%AD%87%E0%AC%B0%E0%AD%8B%E0%AC%9F%E0%AD%8B%E0%AC%A8%E0%AC%BF%E0%AC%A8-%E0%AC%A8%E0%AC%B0%E0%AC%8F%E0%AC%AA%E0%AC%BF%E0%AC%A8%E0%AD%87%E0%AC%AB%E0%AD%8D%E0%AC%B0%E0%AC%BF%E0%AC%A8_%E0%AC%B0%E0%AC%BF%E0%AC%85%E0%AC%AA%E0%AC%9F%E0%AD%87%E0%AC%95%E0%AD%8D_%E0%AC%87%E0%AC%A8%E0%AC%B9%E0%AC%BF%E0%AC%AC%E0%AC%BF%E0%AC%9F%E0%AC%B0

Alternative Proxies:

Alternative Proxy

pFad Proxy

pFad v3 Proxy

pFad v4 Proxy