ଡୋରିପେନେମ
Clinical data | |
---|---|
Trade names | Doribax, Finibax |
AHFS/Drugs.com | monograph |
MedlinePlus | a608015 |
data | |
Pregnancy category |
|
Routes of administration | IM, IV |
Legal status | |
Legal status |
|
Pharmacokinetic data | |
Metabolism | Kidney |
Identifiers | |
| |
Chemical and physical data | |
Formula | C15H24N4O6S2 |
Molar mass | ୪୨୦.୫0 g·mol−1 |
3D model (JSmol) | |
| |
| |
(verify) |
ଡୋରିପେନେମ (ଇଂରାଜୀ ଭାଷାରେ Doripenem), ଅନ୍ୟମାନଙ୍କ ମଧ୍ୟରେ ଡୋରିବାକ୍ସ ଏକ ବେପାର ନାମ, ହେଉଛି ଏକ ଆଣ୍ଟିବାୟୋଟିକ ଯାହା ଜଟିଳ ଆଭ୍ୟନ୍ତରୀଣ ଉଦର ସଂକ୍ରମଣ, ମୂତ୍ରାଙ୍ଗ ସଂକ୍ରମଣ ଏବଂ ନିମୋନିଆର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ଏହା ସାଧାରଣତଃ ସୁଡୋମାନାସ୍ ବିରୁଦ୍ଧରେ ପ୍ରଭାବଶାଳୀ । ଏହା ଏକ ଶିରାରେ ଇଞ୍ଜେକସନ (ଇନଫ୍ୟୁଜନ) ଆକାରରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ଦିଆଯାଉଥିବା ସ୍ଥାନରେ ଯନ୍ତ୍ରଣା, ତରଳ ଝାଡ଼ା, ଅଇ, ରାସ, ଗଲୁ ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ, ବାତ ଏବଂ ଯକୃତ ସମସ୍ୟା ହୋଇପାରେ ।[୧] ଗର୍ଭାବସ୍ଥାରେ ଏହି ଔଷଧ ଦେଲେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ ଏହାର ବ୍ୟବହାର ଭଲ ଅଧ୍ୟୟନ କରାଯାଇ ନାହିଁ ।[୩] ଏହା କାର୍ବାପେନେମ୍ ଶ୍ରେଣୀର ଏକ ବିଟା-ଲାକ୍ଟମ ।
୨୦୦୭ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡୋରିପେନେମ୍ ଅନୁମୋଦିତ ହୋଇଥିଲା ।[୧] ୨୦୦୮ରେ ଏହା ୟୁରୋପରେ ଅନୁମୋଦିତ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା ।[୪] ଯୁକ୍ତରାଷ୍ଟ୍ରରେ ୭ ଦିନର ଚିକିତ୍ସା ନିମନ୍ତେ ପ୍ରାୟ ୬୮୦ ଡଲାର ଖର୍ଚ୍ଚ ହେଉଥିଲା ।[୫] ୨୦୨୧ ସୁଦ୍ଧା ଏହା ଆଉ ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Doripenem Monograph for Professionals". Drugs.com (in ଇଂରାଜୀ). Archived from the original on 2 August 2019. Retrieved 27 December 2021.
- ↑ "Doripenem". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 6 May 2021. Retrieved 27 December 2021.
- ↑ "Doripenem (Doribax) Use During Pregnancy". Drugs.com (in ଇଂରାଜୀ). Archived from the original on 23 November 2020. Retrieved 27 December 2021.
- ↑ "Doribax". Archived from the original on 26 October 2021. Retrieved 27 December 2021.
- ↑ "Doripenem Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 27 December 2021.
- ↑ "Drugs@FDA: FDA-Approved Drugs". www.accessdata.fda.gov. Archived from the original on 27 August 2021. Retrieved 27 December 2021.