Jump to content

କେଶ

ଉଇକିପିଡ଼ିଆ‌ରୁ


ନିଜ ସୁନ୍ଦର କେଶକୁ ସଜାଉଥିବା କନ୍ୟା

କେଶ (ଲାଟିନ୍: Pili, Capellus, ଫ୍ରେଞ୍ଚ୍: Poil, ଇଂରାଜୀ: Hair, ଜର୍ମାନୀ: Haar) କେଶ କୋମଳରୁ ଆରମ୍ଭ କରି ଦୃଢ଼ତା ପର୍ଯ୍ୟନ୍ତ ରହିଥାଏ । ପ୍ରକୃତି ଥଣ୍ଡା ଏବଂ ଗରମ ପରିବେଶରେ ବସବାସ କରୁଥିବା ଜୀବମାନଙ୍କୁ କେଶ ପ୍ରଦାନ କରିଛନ୍ତି , ଯାହା ମୂଳ କ୍ଷେତ୍ରରେ ଥଣ୍ଡାରୁ ରକ୍ଷା କରେ ଏବଂ ଗରମରେ ଅଧିକ ଉତ୍ତାପରୁ ରକ୍ଷା କରେ । ଶରୀରରେ ସହ୍ୟ କରିହେଉନଥିବା ଗରମ ପଡିଲେ, ଶରୀରରୁ ଝାଳ ବାହାରି ଆସିଥାଏ, ତାହା କେଶ କାରଣରୁ ଗରମରୁ ଅତିଶୀଘ୍ର ଶୁଖେ ନାହିଁ, କୌଣସି କଠିନ ବସ୍ତୁରେ ଅଚାନକ ହେଉଥିବା ପ୍ରହାରରୁ ମଧ୍ୟ କେଶ ବଞ୍ଚେଇଥାଏ । ସାଧାରଣତଃ କେଶ ବୃଦ୍ଧି, କେଶର ପ୍ରକାର ଏବଂ କେଶ ଯତ୍ନ ଉପରେ ମନୁଷ୍ୟର ଅଧିକତମ ଆଗ୍ରହ କେନ୍ଦ୍ରିତ ହୁଏ । କେଶ ଉପରେ ମନୋଭାବ ମୁଖ୍ୟତଃ କେଶ ଅପସାରଣ ଏବଂ କେଶ ବିନ୍ୟାସ ପଦ୍ଧତି ଉପରେ କେନ୍ଦ୍ରତ ଥାଏ ଯାହା ଭିନ୍ନ ଭିନ୍ନ ସଂସ୍କୃତି ଏବଂ ଐତିହାସିକ ପର୍ଯ୍ୟାୟରେ ବିସ୍ତୃତ ଭାବେ ପରିବର୍ତ୍ତିତ ହୋଇଥାଏ । କିନ୍ତୁ ଏହା ଅନେକ ସମୟରେ ବ୍ୟକ୍ତିର ବ୍ୟକ୍ତିଗତ ଧାରଣା ଏବଂ ସାମାଜିକ ଅବସ୍ଥାନ ଯେପରିକି ସେମାନଙ୍କ ବୟସ, ଲିଙ୍ଗ, ଏବଂ ଧର୍ମକୁ ସୂଚିତ କରାଇଥାଏ । []

କୋମଳ କେଶଯୁକ୍ତ ପ୍ରାଣୀ

କେଶର ପ୍ରସ୍ତୁତି ପକ୍ଷୀମାନଙ୍କର ପର କିମ୍ବା ସରୀସୃପମାନଙ୍କ ଲୋମଠାରୁ ଖୁବ୍ ଭିନ୍ନ ଅଟେ । ପୁରୁଷମାନଙ୍କ ଶରୀରରେ ଖୁବ୍ ଅଧିକ କେଶ ରହିଥାଏ, କିଛି ବୟସ୍କ ବ୍ୟକ୍ତିଙ୍କ ଶରୀରରେ କେଶ ଦେଖାଯାଏ ନାହିଁ । ମନୁଷ୍ୟମାନଙ୍କର ସବୁଠାରୁ ଘନକେଶ ମୁଣ୍ଡରେ ରହିଥାଏ । କେଶ ଶରୀରକୁ ଥଣ୍ଡା ଏବଂ ଗରମରୁ ରକ୍ଷା କରେ । ଶରୀରର ଅନ୍ୟ ଭାଗରେ ଅତି ସୁକ୍ଷ୍ମ କେଶ ଥାଏ । ପ୍ରାଗୈତିହାସିକ କାଳରେ ମନୁଷ୍ୟମାନଙ୍କ ଶରୀର ଘଞ୍ଚ କେଶରେ ଘୋଡ଼ାଇ ହୋଇ ରହୁଥିଲା । କିନ୍ତୁ ସଭ୍ୟ ମନୁଷ୍ୟମାନଙ୍କ ଶରୀରରେ ଘଞ୍ଚ କେଶ ରହି ନଥାଏ । ସେଥିପାଇଁ ସଭ୍ୟ ମନୁଷ୍ୟମାନେ ବସ୍ତ୍ର ଧାରଣ କରି ନିଜ ଶରୀରକୁ ଥଣ୍ଡା ଏବଂ ଗରମରୁ ରକ୍ଷା କରିଥାନ୍ତି । ମନୁଷ୍ୟମାନଙ୍କର କିଛିମାତ୍ରାରେ ହର୍ମୋନ କାରଣରୁ ଅଧିକ କେଶ ଉତ୍ପତ୍ତି ହୋଇଥାଏ ।

ମନୁଷ୍ୟମାନଙ୍କ ପାଇଁ କେଶର ବହୁ ଉପଯୋଗ ରହିଥାଏ । କିଛି କେଶରେ ବାର୍ନିଶ ଲେପନର ବ୍ରସ୍, ଦାନ୍ତ ସଫା କରିବାର ବ୍ରସ୍ ତିଆରି କରାଯାଏ । ଛୋଟ-ଛୋଟ କେଶ ଏକାଠି ମିଳାଇ କରି ଗୃହନିର୍ମାଣରେ ପ୍ରଯୁକ୍ତ କରାଯାଏ । ଲମ୍ବା-ଲମ୍ବା କେଶରେ କପଡ଼ା ବୁଣା ଯାଏ । ଏହି କପଡ଼ା କୋଟ ବନେଇବାରେ ଲାଇଲନ ରୂପେ କାମରେ ଆସେ । କିଛି ପଶୁ ଏବଂ ପକ୍ଷୀମାନଙ୍କ କେଶ ମଧ୍ୟ କୋମଳ ହୋଇଥିବାରୁ ବସ୍ତ୍ର, ଘରସାଜ ଜିନିଷ, କମ୍ବଳ ଆଦି ତିଆରି କରାଯାଏ ।

କେଶର ସରଞ୍ଚନା

[ସମ୍ପାଦନା]
କେଶର ବିଭିନ୍ନ ବିଭାଗ

ଚମଡ଼ାର ବାହାରେ କେଶର ଯେଉଁ ଅଂଶ ରହିଥାଏ, ତାହାକୁ କାଣ୍ଡ (shaft) କୁହାଯାଏ । କୁହାଯାଏ ଯେ, କାଣ୍ଡର ତିନୋଟି ଭାଗ ରହିଥାଏ: ସବୁଠାରୁ ବାହାରେ ରହୁଥିବା ଭାଗକୁ କ୍ୟୁଟିକଲ(cuticle) କୁହାଯାଏ । କ୍ୟୁଟିକଲର ତଳେ ଏକ କଡା ସ୍ତର ରହିଥାଏ ଯାହାକୁ ଅଧ୍ୟାଶ(cortex) କୁହାଯାଏ । କୁହାଯାଏ ଅଧ୍ୟାଶ ତଳର ମଧ୍ୟ ଭାଗକୁ ମଧ୍ୟାଂଶ (medulla) କୁହାଯାଏ । ଚମଡା ଭିତରେ ରହୁଥିବା କେଶର ଭାଗକୁ ମୂଳ (root) କୁହାଯାଏ । କେଶର ବଢ଼ିବାରେ ମୂଳ ମଧ୍ୟ ଧୀରେ ଧୀରେ କାଣ୍ଡରେ ବଦଳି ଯାଏ । ଭିନ୍ନ-ଭିନ୍ନ କ୍ଷେତ୍ରରେ କେଶର ବୃଦ୍ଧି ଭିନ୍ନ-ଭିନ୍ନ ସ୍ତରରେ ହୋଇଥାଏ ।

ସାଧାରଣତଃ କୁହାଯାଏ ଯେ , ଏକ ମାସରେ କେଶ ଅଧା ଇଞ୍ଚ, କିମ୍ବା ଏକ ବର୍ଷରେ ପାଞ୍ଚରୁ ଛଅ ଇଞ୍ଚ ବଢ଼ିଥାଏ । ମୂଳ ଏକ ଗଣ୍ଡିରେ ରହିଥାଏ, ଯାହାକୁ ଲୋମକୂପ (follicle) କୁହାଯାଏ । ଲୋମକୂପରୁ ହିଁ କେଶ ବାହାରିଥାଏ । ଏକ ଲୋମକୂପରୁ ଏକ ବା ଏକାଧିକ କେଶ ବାହାରି ପାରିଥାଏ । ଲୋମକୂପରେ ନାସପାତିର ପୌପିଳାରେ ତିଆରି ହୋଇଥାଏ । ଏହି ପୌପିଳା ଚର୍ମର ହୋଇଥାଏ । ପୌପିଳା ଏବଂ ଲୋମକୂପର ସଙ୍ଗମରେ ହିଁ କେଶ ତିଆରି ହୋଇଥାଏ । ପୌପିଳା ରୁଧିସ୍ୱାହିନୀରେ ସମ୍ବନ୍ଧ ରହିଥାଏ । ଏହିଠାରୁ ହିଁ ମୂଳର ସମସ୍ତ ବସ୍ତୁ ପ୍ରାପ୍ତ ହୁଏ, ଯେଉଁଠାରୁ କେଶର ନିର୍ମାଣ ଏବଂ ତାହାର ବୃଦ୍ଧି ହୋଇଥାଏ । ଯେଉଁ ପର୍ଯ୍ୟନ୍ତ ପୌପିଳା ଏବଂ ଲୋମକୂପ ନଷ୍ଟ ହୁଏନାହିଁ ସେ ପର୍ଯ୍ୟନ୍ତ କେଶ ବଢିଥାଏ । ମୁଣ୍ଡର କେଶ ଦୁଇରୁ ଛଅ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ । ଏହାପରେ ଝଡ଼ିଯାଏ ଏବଂ ସେହି ସ୍ଥାନରେ ନୂଆ କେଶ ଉତ୍ପନ୍ନ ହୁଏ । ଏହି କ୍ରମ ବୟସ୍କ କାଳ ପର୍ଯ୍ୟନ୍ତ ଚାଲିଥାଏ । କେଶ କାହିଁକି ଝଡେ ଏବଂ ତାହା ସ୍ଥାନରେ କାହିଁକି ନୂଆ କେଶ ଉତ୍ପନ୍ନ ହୁଏ ନାହିଁ, ଏହାର କାରଣ ଏପର୍ଯ୍ୟନ୍ତ ଠିକରେ ଜଣାପଡିନାହିଁ । କିଛି ଲୋକଙ୍କର ମୁଣ୍ଡ ରଙ୍ଗ କରିବା କାରଣରୁ ଚନ୍ଦା ହୋଇଯା'ନ୍ତି ।

ଶରୀରର ଏକ ଯୋଜନା ମୂଳକ ଚିତ୍ର

ସୂର୍ଯ୍ୟ କିରଣଦ୍ୱାରା ବହୁ ଅସ୍ଥାୟୀ ରୂପେ ଚନ୍ଦା ହୋଇଯା'ନ୍ତି । ଶେଷରେ ସ୍ନାବି ଗ୍ରନ୍ଥର ସ୍ନାବର କମିୟତା , ବଂଶଗତ କାରଣ ତଥା ଜିନଦ୍ୱାରା ମଧ୍ୟ କେଶ ଝଡ଼ିଥାଏ । ଅପୁଷ୍ଟିକ ଖାଦ୍ୟର ଅଭାବରେ କେଶ ଶୁଷ୍କ ଏବଂ ଅସ୍ପଷ୍ଟ (dull) ହୋଇ କିଛି ଝଡିପାରେ , କିନ୍ତୁ ସାମାନ୍ୟ ଚନ୍ଦାପଣର ଏହା କାରଣ ନୁହେଁ ।

କେଶର ରଙ୍ଗ

[ସମ୍ପାଦନା]

ବର୍ଣ୍ଣଙ୍କୋର କାରଣରୁ କେଶ କଳା , ଭୁରା କିମ୍ବା ଲାଲ ହୋଇପାରେ । ଏହା ବର୍ଣ୍ଣକ ବଳ୍କୁଟର କେଶର ନିକ୍ଷିପ୍ତ ହୋଇଥାଏ । କେଶ କାହିଁକି ଧଳା ପଡ଼ିଯାଏ , ଏହାର କାରଣ ଜ୍ଞାତ ହୋଇପାରିନାହିଁ । ଏହା ସମ୍ଭବ ଯେ ବୟସ ବଢିବା , ରୋଗରେ ପଡ଼ିବା , ଚିନ୍ତା , ଶୋକ , ଆଘାତ ଏବଂ କିଛି ଭିଟାମିନ ଅଭାବରେ ଏହା ହୋଇଥାଏ । ଡାକ୍ତରଙ୍କ ମତ ଏହା ଯେ , କେଶ ଧଳା ପଡିବା ଏକ ବଂଶଗତ କାରଣ ହୋଇଥାଏ ।

କେଶ ପ୍ରଧାନତଃ ନିମ୍ନଲିଖିତ ୪ ପ୍ରକାରର ହୋଇଥାଏ :

୧- ଆଦିବାସୀ (ଅଷ୍ଟ୍ରେଲିଆ ଏବଂ ଭାରତର ଆଦିବାସୀ ସମ୍ପ୍ରଦାୟ)ଙ୍କର କେଶ ଛୋଟ-ଛୋଟ ଏବଂ କୁଞ୍ଚିତ ହୋଇଥାଏ । ଏହି କେଶର ଅନୁପ୍ରସ୍ଥ ପରିଚ୍ଛେଦ ଦୀର୍ଘବୃତ୍ତିୟ , କିମ୍ବା ବୃକ୍କ ଆକାରର ହୋଇଥାଏ । ଏହି କେଶର ରଙ୍ଗ ସର୍ବଦା କଳା ରଙ୍ଗର ହୋଇଥାଏ । ଏହି କେଶ ଦୁଇ ପ୍ରକାରର ହୋଇଥାଏ । ମେଳାନୀଶିୟାଈ ଏବଂ ଅଧିକାଂଶ ହବଶିୟୋଂର କେଶ ଅପେକ୍ଷା ଲମ୍ବା ହୋଇଥାଏ । କିଛି ଆଦିବାସୀ ଏବଂ ହବଶିୟୋଂଙ୍କ କେଶ ଛୋଟ ହୋଇଥାଏ ।

୨- ପୀତ ଜାତି (ଚୀନ , ମଂଗୋଲ) ଏବଂ ଆମେରିକୀୟ ଇଣ୍ଡିଆନଙ୍କ କେଶ ସିଧା , ଲମ୍ବା , ଅକୁଞ୍ଚିତ ଏବଂ ରୁକ୍ଷ ହୋଇଥାଏ । ଏମାନଙ୍କ କେଶର ଅନୁପ୍ରସ୍ଥ ପରିଚ୍ଛେଦ ଗୋଲାକାର ହୋଇଥାଏ ଏବଂ ସେମାନଙ୍କ ମଧ୍ୟାଶ କିମ୍ବା ମଜ୍ଜାର ବିଭେଦ ସରଳତାରେ କରାଯାଇପାରେ । ଏହି କେଶର ରଙ୍ଗ ମଧ୍ୟ ବିନା ଉପବାଦରେ କଳା ହୋଇଥାଏ ।

୩- ୟୁରପମାନଙ୍କ କେଶ ଲମ୍ବା , ଘନ , ଚିକ୍କଣ ଏବଂ ରେଶମରେ କୋମଳ ହୋଇଥାଏ । କେଶର ଅନୁପ୍ରସ୍ଥ ପରିଚ୍ଛେଦ ଅଣ୍ଡାଭ ହୋଇଥାଏ । ଏହାର ରଙ୍ଗ କଳା , କହରା କିମ୍ବା ଲାଲ ହୋଇଥାଏ । ଭାରତୀୟମାନଙ୍କ କେଶର ରଙ୍ଗ ମଧ୍ୟ ଏହାର ଅନ୍ତର୍ଗତ ଆସିଥାଏ ।

୪- କିଛି ଲୋକଙ୍କ କେଶ ଘୁଙ୍ଗରାଳେ , ହବଶୀୟଙ୍କ କେଶ ସହ ମିଳିତ ହୋଇଥାଏ , ଏମାନଙ୍କୁ ଇଂରାଜୀରେ ଫ୍ରିଜୀ (frizzy) କେଶବାଲେ କୁହାଯାଏ । ଏହି କେଶ ଅଷ୍ଟ୍ରେଲିୟନ , ଆଦିବାସୀ ନ୍ୟୁବିୟନ ଏବଂ ମୁଲ୍ଲଟୋ (mulatto) ଲୋକଙ୍କର ହୋଇଥାଏ ।

କହରା କେଶଯୁକ୍ତ ଏକ ଯୁବତୀର ଚିତ୍ର

ଉତ୍ତର ୟୁରୋପୀୟମାନଙ୍କ କେଶର ରଙ୍ଗ ଫିକା ହୋଇଥାଏ ଏବଂ ଦକ୍ଷିଣ ୟୁରୋପୀୟମାନଙ୍କ କେଶ ଗାଢା ହୋଇଥାଏ । ସାଧାରଣତଃ ସିଧା କେଶ ଅଧିକ ଲମ୍ବା ହୋଇଥାଏ ଏବଂ କୁଞ୍ଚିତ କେଶ କମ ଲମ୍ବା ହୋଇଥାଏ । ଲେହେରଦାର କେଶର ସ୍ଥାନ ମଧ୍ୟମ ଅଟେ । ଅଷ୍ଟ୍ରେଲିୟନ ଏବଂ ଟୈସମୈନିଙ୍କ ଶରୀରରେ ସବୁଠୁ ଅଧିକ କେଶ ରହିଥାଏ । ପୀତ ଜାତିୟଙ୍କ ଶରୀରରେ ସବୁଠାରୁ କମ କେଶ ରହିଥାଏ । କିଛି ପୀତ ଜାତିର ଲୋକମାନଙ୍କର ଦାଢ଼ି ମଧ୍ୟ କୋଚିତ ଥାଏ ।

କେଶର ସୁନ୍ଦରତା ବହୁ କିଛି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଉପରେ ନିର୍ଭର କରେ । ମୁଣ୍ଡବଳ୍କ (scalp)ର ସ୍ୱଚ୍ଛତା ୠଧିର ପରିସଞ୍ଚାରଣ ଉପରେ ନିର୍ଭର କରେ । ଯଦି ୠଧିର ପରିସଞ୍ଚାରଣରେ କିଛି ବଧ ପହଞ୍ଚେ ତ , କେଶକୁ କିଛିବି ପୋଷଣ ମିଳେନାହିଁ । ଏହାଦ୍ୱାରା କେଶ ଦୁର୍ବଳ ଏବଂ ଆଭାହୀନ ହୋଇପଡେ । ସୁସ୍ଥ ରହଣ-ସହଣ , ବାହାର କସରତ , ଉପଯୁକ୍ତ ଆହାର କିମ୍ବା ମାନସିକ ସୁଖଶାନ୍ତି କେଶର ସୌନ୍ଦର୍ଯ୍ୟ ଏବଂ ସ୍ୱାସ୍ଥ୍ୟରେ ବିଶେଷ ପ୍ରଭାବ ପଡିଥାଏ । ମୁଣ୍ଡବଳ୍କକୁ ପ୍ରତିଦିନ ଅତି କମରେ ଗୋଟିଏ ଥର ଥାପିକରି ମାଲିଶ କରିବା ଭଲ ଅଟେ । ମୁଣ୍ଡକୁ କୁଣ୍ଡାଇବାରେ ମଧ୍ୟ ତାହାର ମାଲିଶ ହୋଇଯାଏ । ଏହାଦ୍ୱାରା ମୁଣ୍ଡବଳ୍କରେ ୠଧିର ପରି ସଞ୍ଚାରଣ ହେବାଦ୍ୱାରା କେଶ କୋମଳ ଏବଂ ଚମକଦାର ହୋଇଯାଏ ।

  • କେଶର ବିଶେଷତଃ :

ମହିଳାମାନଙ୍କର କେଶକୁ ସଜାଇବା ଏକ କଳା ଅଟେ । କିଛି ଜାତିମାନେ ଏହି କଳାରେ ବହୁ ନିପୁଣ ଅଟନ୍ତି । ସବୁ ଦେଶର ମହିଲାମାନେ ନିଜ ନିଜ ଢଙ୍ଗରେ ନିଜର କେଶକୁ ସଜାଇଥା'ନ୍ତି ।

  1. Sherrow, Victoria (2006). Encyclopedia of Hair: A Cultural History. 88 Post Road West, Westport, CT: Greenwood Press. p. iv. ISBN 0-313-33145-6.{{cite book}}: CS1 maint: location (link)

ବାହାର ଲିଙ୍କ

[ସମ୍ପାଦନା]
pFad - Phonifier reborn

Pfad - The Proxy pFad of © 2024 Garber Painting. All rights reserved.

Note: This service is not intended for secure transactions such as banking, social media, email, or purchasing. Use at your own risk. We assume no liability whatsoever for broken pages.


Alternative Proxies:

Alternative Proxy

pFad Proxy

pFad v3 Proxy

pFad v4 Proxy