Jump to content

ଗଏଟର

ଉଇକିପିଡ଼ିଆ‌ରୁ
Goitre
Goiter
Diffuse hyperplasia of the thyroid
ବିଭାଗEndocrinology
ଲକ୍ଷଣSwelling of front of the neck[]
କାରଣIodine deficiency, Grave disease, toxic nodular goiter, thyroid cancer, autoimmune thyroiditis, postpartum thyroiditis, silent thyroiditis, radiation thyroiditis, subacute thyroiditis, suppurative thyroiditis[]
ରୋଗ ନିର୍ଣ୍ଣୟ ପଦ୍ଧତିExamination, medical imaging[]
ସଠିକ ରୋଗ ନିର୍ଣ୍ଣୟLymphadenopathy, pseudogoiter, branchial cleft cyst, thyroglossal duct cyst, parathyroid adenoma[]
ଚିକିତ୍ସାWatchful waiting, iodine supplements, radioactive iodine, surgery[]
ପୁନଃପୌନିକ16% (2004)[]

ଗଏଟର (ଅନ୍ୟ ନାମ ଗଣ୍ଡମଳା, ଗଳଗଣ୍ଡ, ଇଂରାଜୀ ଭାଷାରେ Goitre) ରୋଗ ଥାଇରଏଡ୍ ଗ୍ରନ୍ଥିର ଏକ ପ୍ରକାର ଫୁଲାକୁ କୁହାଯାଏ | [] ଏହା ଯୋଗୁ ବେକର ସମ୍ମୁଖ ଭାଗ ଫୁଲିଯାଏ | [] ରୋଗ ବୃଦ୍ଧି ହେଲେ କାଶ, କର୍କଶ ସ୍ୱର, ଗିଳିବାରେ ଅସୁବିଧା କିମ୍ବା ଅଣନିଶ୍ୱାସ ହୋଇପାରେ।[] ଏହା ସାଧାରଣ, ନିମ୍ନ କିମ୍ବା ଉଚ୍ଚ ଥାଇରଏଡ୍ କାର୍ଯ୍ୟ ସହିତ ହୋଇପାରେ | []

ସାଧାରଣତଃ ଏହି ରୋଗ ଆୟୋଡିନ ଅଭାବ ଯୋଗୁ ହୁଏ ।[] ଅନ୍ୟାନ୍ୟ କାରଣ ମଧ୍ୟରେ ଗ୍ରେଭସ ରୋଗ, ବିଷାକ୍ତ ନୋଡୁଲାର ଗଏଟର, ଥାଇରଏଡ୍ କର୍କଟ, ଅଟୋଇମ୍ମୁନ ଥାଇରଏଡାଇଟିସ, ପୋଷ୍ଟପାର୍ଟମ ଥାଇରଏଡାଇଟିସ, ନିରବ ଥାଇରଏଡାଇଟିସ, ରାଡିଏସନ ଥାଇରଏଡାଇଟିସ, ସବଆକ୍ୟୁଟ ଥାଇରଏଡାଇଟିସ, ସପ୍ୟୁରେଟିଭ ଥାଇରଏଡାଇଟିସ, ସାର୍କୋଏଡୋସିସ୍ ଏବଂ ଏମିଓଡାରୋନ୍ ଭଳି କେତେକ ଔଷଧ ଯୋଗୁ ହୋଇପାରେ ।[] [] ବେକକୁ ଦେଖିବା, ବେକ ସ୍ପର୍ଶ କରିବା କିମ୍ବା ମେଡିକାଲ ଇମେଜିଙ୍ଗ ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[]

ଏହାର ଚିକିତ୍ସା ମୂଳ କାରଣ ଉପରେ ନିର୍ଭର କରେ | [] ସତର୍କ ପ୍ରତୀକ୍ଷା, ଆୟୋଡିନ୍ ପରିପୂରକ, ରେଡିଓଆକ୍ଟିଭ ଆୟୋଡିନ କିମ୍ବା ଅସ୍ତ୍ରୋପଚାର ସାହାଯ୍ୟରେ ଚିକିତ୍ସା କରାଯାଇପାରେ | [] ୨୦୦୪ ମସିହା ସୁଦ୍ଧା ବିଶ୍ୱସ୍ତରରେ ଗଏଟର ହାର ପ୍ରାୟ ୧୬% ଅଟେ।[] ପୁରୁଷଙ୍କ ତୁଳନାରେ ମହିଳାମାନେ ଚାରି ଗୁଣ ଅଧିକ ପ୍ରଭାବିତ ହୁଅନ୍ତି।[] ଆଫ୍ରିକା ଓ ଭୂମଧ୍ୟସାଗର ଅଞ୍ଚଳରେ ଏହି ରୋଗ ଅଧିକ ଦେଖାଯାଏ ଏବଂ ଆମେରିକାରେ କମ୍ ଦେଖାଯାଏ।[] ଚୀନରେ ପ୍ରାୟ ଖ୍ରୀଷ୍ଟପୂର୍ବ ୨,୭୦୦ରେ ଏହି ରୋଗ ବିଷୟ ବର୍ଣ୍ଣନା କରାଯାଇଥିଲା।[] ଏହି ଗଏଟର ଶବ୍ଦଟି ଲାଟିନ ଭାଷାଗୁଟ୍ଟୁରରୁ ଆସିଛି, ଯାହାର ଅର୍ଥ ଗଳା | []

  1. "Goitre - NHS Choices". NHS Choices (in ଇଂରାଜୀ). 2017-10-19. Archived from the original on 2017-07-05. Retrieved 2021-07-11.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ଆଧାର ଭୁଲ: ଅଚଳ <ref> ଚିହ୍ନ; Stat2020 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. Can, AS; Rehman, A (January 2020). "Goiter". PMID 32965832. {{cite journal}}: Cite journal requires |journal= (help)
  4. ୪.୦ ୪.୧ "Goitre - Treatment". nhs.uk (in ଇଂରାଜୀ). 19 October 2017. Retrieved 19 December 2020.
  5. ୫.୦ ୫.୧ ୫.୨ Sharma, Manoj; Atri, Ashutosh. Essentials of International Health (in ଇଂରାଜୀ). Jones & Bartlett Learning. p. 206. ISBN 978-0-7637-6529-3.
  6. ୬.୦ ୬.୧ ୬.୨ ଆଧାର ଭୁଲ: ଅଚଳ <ref> ଚିହ୍ନ; NHS2019 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  7. Ferri, Fred F. (2020). Ferri's Clinical Advisor 2020 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1548. ISBN 978-0-323-67977-0.
  8. Welbourn, Richard Burkewood; Friesen, Stanley R.; Johnston, Ivan D. A.; Sellwood, Ronald A. (1990). The History of Endocrine Surgery (in ଇଂରାଜୀ). Greenwood Publishing Group. p. 19. ISBN 978-0-275-92586-4.
  9. Bland, Kirby I.; Sarr, Michael G.; Büchler, Markus W.; Csendes, Attila; Garden, Oliver James; Wong, John (2008). General Surgery: Principles and International Practice (in ଇଂରାଜୀ). Springer Science & Business Media. p. 1632. ISBN 978-1-84628-832-6.
pFad - Phonifier reborn

Pfad - The Proxy pFad of © 2024 Garber Painting. All rights reserved.

Note: This service is not intended for secure transactions such as banking, social media, email, or purchasing. Use at your own risk. We assume no liability whatsoever for broken pages.


Alternative Proxies:

Alternative Proxy

pFad Proxy

pFad v3 Proxy

pFad v4 Proxy