Jump to content

ଜଳୋଦର

ଉଇକିପିଡ଼ିଆ‌ରୁ
ଆସାଇଟିସ (Ascites)
Peritoneal cavity fluid, peritoneal fluid excess, hydroperitoneum, abdominal dropsy[]
ସିରୋସିସ୍ ରୋଗ‌ ହୋଇଥିବା ଫଳରେ ରୋଗୀର ଉଦରରେ (abdomen) ଅତ୍ୟଧିକ ଆସାଇଟିସ ଅଛି ଓ ବାହାରକୁ ଉନ୍ନତ ଶିରାଗୁଡ଼ିକ ଦେଖାଯାଉଛି ।
ଉଚ୍ଚାରଣ
ବିଭାଗGastroenterology
ଲକ୍ଷଣଉଦର ଆକାର ବୃଦ୍ଧି, ଓଜନ ବୃଦ୍ଧି, ଉଦର ବେଆରାମ ଓ ଅଣନିଶ୍ୱାସୀ (shortness of breath)[]
କାରଣ(Liver cirrhosis୦, କର୍କଟ ରୋଗ, ହୃଦ୍‌ପାତ, ଯକ୍ଷ୍ମା, ପାଙ୍କ୍ରିଆଟାଇଟିସ (pancreatitis), ବଡ୍-ଚିଆରି ସିଣ୍ଡ୍ରୋମ (blockage of the hepatic vein)[]
ରୋଗ ନିର୍ଣ୍ଣୟ ପଦ୍ଧତିଶାରୀରିକ ପରୀକ୍ଷା (Physical exam), ଅଲଟ୍ରାସାଉଣ୍ଡ (ultrasound), ସିଟି ସ୍କାନ (CT scan)[]
ଔଷଧସ୍ପାଇରୋନୋଲାକ୍ଟୋନ, ଫୁରୋସେମାଇଡ []
ଚିକିତ୍ସାସ୍ୱଳ୍ପ ଲବଣ‌ଯୁକ୍ତ ଖାଦ୍ୟ (Low salt diet), ଔଷଧ, ପାରାସେଣ୍ଟେସିସ draining the fluid[]
ପୁନଃପୌନିକସିରୋସିସ ରୋଗରେ ପ୍ରାୟ >୫୦% ଲୋକଙ୍କର ଆସାଇଟିସ ଥାଏ []
Patient UKଆସାଇଟିସ (Ascites)

ଆସାଇଟିସ ବା ଜଳୋଦର (ଇଂରାଜୀ ଭାଷାରେ Ascites) ରୋଗ ନାମ ଦିଆଯାଏ ଯେତେବେଳେ ଉଦର (abdomen) ଭିତରେ ତରଳ ପଦାର୍ଥ (fluid) ଜମିଯାଏ । [] ପ୍ରାୟ ୨୫ ମି:ଲି:ରୁ ଅଧିକ ତରଳ ପଦାର୍ଥ ପେରିଟୋନିଆଲ କାଭିଟିରେ ରହିଲେ ଏହି ରୋଗ ଜଣାଯାଏ ।[] ଉଦର ଆକାର ବୃଦ୍ଧି, ଓଜନ ବୃଦ୍ଧି, ଉଦର ବେଆରାମ ଓ ଅଣନିଶ୍ୱାସୀ (shortness of breath) ଆଦି ଲକ୍ଷଣ ଦେଖାଯାଏ ।[] ରୋଗ ଜଟିଳ ହେଲେ ସ୍ପୋଣ୍ଟାନିଅସ ବ୍ୟାକ୍ଟେରିଆଲ ପେରିଟୋନାଇଟିସ (Spontaneous bacterial peritonitis) ହୋଇପାରେ ।[]

ବିକଶିତ ଦେଶମାନଙ୍କରେ (developed world) ଏହି ରୋଗର ମୂଖ୍ୟ କାରଣ (Liver cirrhosis) ଥାଏ ।[] ଅନ୍ୟାନ୍ୟ କାରଣମାନଙ୍କ ମଧ୍ୟରେ କର୍କଟ ରୋଗ, ହୃଦ୍‌ପାତ, ଯକ୍ଷ୍ମା, ପାଙ୍କ୍ରିଆଟାଇଟିସ (pancreatitis), ବଡ୍-ଚିଆରି ସିଣ୍ଡ୍ରୋମ (blockage of the hepatic vein) ହୋଇପାରେ ।[] ସିରୋସିସ୍ ରୋଗରେ ପୋର୍ଟାଲ ହାଇପରଟେନସନ (high blood pressure in the portal system) ଓ ରକ୍ତନଳୀର (blood vessels) କାର୍ଯ୍ୟ ଠିକ ସମ୍ପାଦନ ନହେଉଥିବାରୁ ଏହି ରୋଗ ହୁଏ । [] ଶାରୀରିକ ପରୀକ୍ଷା (Physical exam), ଅଲଟ୍ରାସାଉଣ୍ଡ (ultrasound), ସିଟି ସ୍କାନ (CT scan) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । [] ଉଦର ମଧ୍ୟସ୍ଥ ତରଳ ପଦାର୍ଥ ପରୀକ୍ଷା କରି କାରଣ ନିର୍ଣ୍ଣୟ କରାଯାଇପାରେ ।[]

ସ୍ୱଳ୍ପ ଲବଣ‌ଯୁକ୍ତ ଖାଦ୍ୟ (Low salt diet), ଔଷଧ, ପାରାସେଣ୍ଟେସିସ draining the fluid ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ ।[] ଟ୍ରାନ୍ସଜୁଗୁଲାର ଇଣ୍ଟ୍ରାହେପାଟିକ ପୋର୍ଟୋସିସ୍ଟେମିକ ସଣ୍ଟ (transjugular intrahepatic portosystemic shunt ବା TIPS) ଦିଆଯାଇପରେ କିନ୍ତୁ ଏହାର ଜଟିଳତା ଅଛି ।[] ଅନ୍ତର୍ନିହିତ କାରଣ ଯକୃତ ଥିଲେ ଯକୃତ ଟ୍ରାନ୍ସପ୍ଲାଣ୍ଟ (liver transplant) କରାଯାଇପାରେ ।[] ସିରୋସିସ୍ ରୋଗୀଙ୍କ ମଧ୍ୟରୁ ଦଶ ବର୍ଷ ମଧ୍ୟରେ ପ୍ରାୟ ୫୦% ରୋଗୀଙ୍କର ଆସାଇଟିସ ହୁଏ ।[] ଏହି ରୋଗୀଙ୍କ ମଧ୍ୟରୁ ୩ ବର୍ଷ ମଧ୍ୟରେ ଅଧା ରୋଗୀ ମୃତ୍ୟୁ ବରଣ କରନ୍ତି ।[] ଆସାଇଟିସ ଶବ୍ଦଟି ପୁରାତନ ଗ୍ରୀକ (Greek) ଶବ୍ଦ ଆସକାଇଟେସ (askítes) ଶବ୍ଦରୁ ନିଆଯାଇଛି ଯାହାର ଅର୍ଥ "ମୁଣା ଭଳି" ।[]

  1. ୧.୦ ୧.୧ "Ascites". National Library of Medicine. Retrieved 14 December 2017.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ "Ascites - Hepatic and Biliary Disorders". Merck Manuals Professional Edition (in କାନାଡିୟ ଇଂରାଜୀ). May 2016. Retrieved 14 December 2017.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ Pedersen, JS; Bendtsen, F; Møller, S (May 2015). "Management of cirrhotic ascites". Therapeutic advances in chronic disease. 6 (3): 124–37. doi:10.1177/2040622315580069. PMC 4416972. PMID 25954497.
  4. Staff writer (2010). "Ascites". Dictionary.com: An Ask.com Service. Oakland, CA: IAC. Retrieved December 14, 2017.
pFad - Phonifier reborn

Pfad - The Proxy pFad of © 2024 Garber Painting. All rights reserved.

Note: This service is not intended for secure transactions such as banking, social media, email, or purchasing. Use at your own risk. We assume no liability whatsoever for broken pages.


Alternative Proxies:

Alternative Proxy

pFad Proxy

pFad v3 Proxy

pFad v4 Proxy