Jump to content

ଲାଇପୋମା

ଉଇକିପିଡ଼ିଆ‌ରୁ
ଲାଇପୋମା (Lipoma)
ଅଗ୍ରବାହୁରେ ଲାଇପୋମା
ବିଭାଗଚର୍ମରୋଗ ବିଜ୍ଞାନ (Dermatology, ଜେନେରାଲ ସର୍ଜରୀ (general surgery)
ଲକ୍ଷଣନରମ, ଗତିଶୀଳ ଓ ଯନ୍ତ୍ରଣା ବିହୀନ ଗୋଟାଳି []
ଆକ୍ରାନ୍ତ ସମୟ୪୦-୬୦ ବର୍ଷ ବୟସ[]
କାରଣଅସ୍ପଷ୍ଟ[]
ବିପଦ କାରକପାରିବାରିକ ଇତିହାସ, ମୋଟାପଣ, ସ୍ୱଳ୍ପ ବ୍ୟାୟାମ[][]
ରୋଗ ନିର୍ଣ୍ଣୟ ପଦ୍ଧତିଶାରୀରିକ ପରୀକ୍ଷା (physical exam)[]
ସଠିକ ରୋଗ ନିର୍ଣ୍ଣୟଲାଇପୋସାର୍କୋମା (Liposarcoma), ହାଇବରନୋମା (hibernoma), ଲାଇପୋମାଟୋସିସ (lipomatosis)[]
ଚିକିତ୍ସାସଜାଗ ପର୍ଯ୍ୟବେକ୍ଷଣ (Observation), ଅପରେଶନ[]
Prognosisଉତ୍ତମ[]
ପୁନଃପୌନିକ~୨%[]
Patient UKଲାଇପୋମା (Lipoma)

ଲାଇପୋମା (ଇଂରାଜୀ ଭାଷାରେ lipoma) ଏକ ବିନାଇନ ଅର୍ବୁଦ ବା ଟ୍ୟୁମର (benign tumor) ଯାହା ଆଡିପୋଜ ବା ଚର୍ବି ତନ୍ତୁରୁ (fat tissue) ତିଆରି ହୋଇଥାଏ । [] ଏହା ସ୍ପର୍ଶରେ ନରମ, ଘୁଞ୍ଚିବା ସକ୍ଷମ ଓ ଯନ୍ତ୍ରଣା ବିହୀନ ଅର୍ବୁଦ । [] ସାଧାରଣତଃ ଏହି ଅର୍ବୁଦ ଚର୍ମ ତଳେ ଥାଏ କିନ୍ତୁ ଗଭୀର ସ୍ଥାନରେ ମଧ୍ୟ ହୋଇପାରେ । [] ଅଧିକାଂଶ ଅର୍ବୁଦର ଆକାର ୫ସେମିରୁ କମ । [] ପିଠିର ଉପର ଭାଗ, କାନ୍ଧ ଓ ଉଦରରେ (abdomen) ଏହା ପ୍ରାୟତଃ ଦେଖାଯାଏ । [] କେତେକ ରୋଗୀଙ୍କର ଏକାଧିକ ଲାଇପୋମା ଥିବା ଦେଖାଯାଏ । []

ଏହି ରୋଗର କାରଣ ସ୍ପଷ୍ଟ ନୁହେଁ ।[] ପାରିବାରିକ ଇତିହାସ, ମୋଟାପଣ ଓ ସ୍ୱଳ୍ପ ବ୍ୟାୟାମ ଯୋଗୁ ଏହି ରୋଗ ସଙ୍କଟ ରହିଥାଏ ।[][] ଶାରୀରିକ ପରୀକ୍ଷା (physical exam) କରି ରୋଗ ନିର୍ଣ୍ଣୟ କରାଯାଇଥାଏ ।[] ବେଳେ ବେଳେ ମେଡିକାଲ ଇମେଜିଙ୍ଗ (medical imaging) ଓ ତନ୍ତୁ ବାୟୋପ୍ସି (tissue biopsy) କରି ରୋଗ ନିଶ୍ଚିତ କରାଯାଏ । []

ସଜାଗ ପର୍ଯ୍ୟବେକ୍ଷଣ (Observation) କରି ଏହାର ଗତିଶୀଳତା ଲକ୍ଷ କରାଯାଏ ଓ ଆବଶ୍ୟକ ସ୍ଥଳେ ଅପରେଶନ କରାଯାଏ ।[] ଅପରେଶନ କରି ଏହାକୁ ବାହାର କରିବା ପରେ ମଧ୍ୟ କ୍ୱଚିତ ଏହା ଆଉ ଥରେ ସୃଷ୍ଟି ହୋଇପାରେ କିନ୍ତୁ ଅପରେଶନ ମଧ୍ୟ ପୁନର୍ବାର କରି ଚିକିତ୍ସା କରାଯାଇପାରେ । [] ସାଧାରଣତଃ ଏହି ରୋଗରୁ କର୍କଟ ରୋଗ ସୃଷ୍ଟି ହୁଏନାହିଁ ।[]

ଜନସଂଖ୍ୟାର ୨% ଲୋକଙ୍କର ଏହି ରୋଗ ହୁଏ ।[] ସ୍ୱାଭାବିକ ଭାବରେ ଏହା ୪୦-୬୦ ବର୍ଷ ବୟସରେ ହୁଏ ।[] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[] ଏହା ନରମ ତନ୍ତୁଜାତ (soft tissue) ଏକ ଅଣ-କର୍କଟ ଅର୍ବୁଦ ରୋଗ ।[] ପ୍ରଥମେ ସନ ୧୭୦୯ରେ ଲାଇପୋମା ଶବ୍ଦ ବ୍ୟବ‌ହାର କରାଯାଇଥିଲା । []

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ "Lipoma-OrthoInfo - AAOS". orthoinfo.aaos.org. May 2012. Retrieved 8 November 2017.
  2. ୨.୦ ୨.୧ ୨.୨ Fletcher, Christopher D. M.; Unni, K. Krishnan; Mertens, Fredrik (2002). Pathology and Genetics of Tumours of Soft Tissue and Bone (in ଇଂରାଜୀ). IARC. p. 20. ISBN 9789283224136.
  3. ୩.୦ ୩.୧ Lindberg, Matthew R. (2015). Diagnostic Pathology: Soft Tissue Tumors E-Book (in ଇଂରାଜୀ). Elsevier Health Sciences. p. 44. ISBN 9780323400411.
  4. ୪.୦ ୪.୧ ୪.୨ Kransdorf, Mark J.; Murphey, Mark D. (2006). Imaging of Soft Tissue Tumors (in ଇଂରାଜୀ). Lippincott Williams & Wilkins. p. 81. ISBN 9780781747714.
  5. Bancroft LW, Kransdorf MJ, Peterson JJ, O'Connor MI (October 2006). "Benign fatty tumors: classification, clinical course, imaging appearance, and treatment". Skeletal Radiol. 35 (10): 719–33. doi:10.1007/s00256-006-0189-y. PMID 16927086.
  6. Olson, James Stuart (1989). The History of Cancer: An Annotated Bibliography (in ଇଂରାଜୀ). ABC-CLIO. p. 15. ISBN 9780313258893.
[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ
pFad - Phonifier reborn

Pfad - The Proxy pFad of © 2024 Garber Painting. All rights reserved.

Note: This service is not intended for secure transactions such as banking, social media, email, or purchasing. Use at your own risk. We assume no liability whatsoever for broken pages.


Alternative Proxies:

Alternative Proxy

pFad Proxy

pFad v3 Proxy

pFad v4 Proxy