Jump to content

ଲୁମ୍ବିନୀ

Coordinates: 27°28′02″N 83°16′30″E / 27.467155°N 83.274908°E / 27.467155; 83.274908
ଉଇକିପିଡ଼ିଆ‌ରୁ
ଲୁମ୍ବିନୀ,ନେପାଳ,ଏଠାରେ ବୁଦ୍ଧ ଜନ୍ମ ନେଇଥିଲେ ବିଶ୍ୱାସ କରାଯାଇଥାଏ*
ଇଉନେସ୍କୋ ସ୍ଥଳୀ

ରାଜ୍ୟ ଦଳ ନେପାଳ
ପ୍ରକାର Cultural
ନିୟମ iii, vi
ଆଧାର 666
ଅଞ୍ଚଳ** Asia-Pacific
ଲେଖ ଇତିହାସ
ଲେଖ 1997  (21st ଭାଗ)
* ବିଶ୍ଵ ଐତିହ୍ୟ ସ୍ଥଳୀରେ ଥିବା ନାଆଁ
** ଇଉନେସ୍କୋ ଦେଇ ବିଭାଗିତ ନାଆଁ

ଲୁମ୍ବିନୀ ବିଶ୍ୱର ଏକ ପ୍ରମୁଖ ବୌଦ୍ଧ ପର୍ଯ୍ୟଟନସ୍ଥଳୀ ତଥା ଧର୍ମସ୍ଥଳୀ। ସିଦ୍ଧାର୍ଥ ଗୌତମ (ଭଗବାନ ବୁଦ୍ଧ) ଖ୍ରୀଷ୍ଟପୂର୍ବ ୬୨୩ରେ ପ୍ରସିଦ୍ଧ ଲୁମ୍ବିନୀ ବଗିଚାରେ ଜନ୍ମ ଗ୍ରହଣ କରିଥିଲେ। ଲୁମ୍ବିନୀ ନେପାଳର ଉତ୍ତର ପଶ୍ଚିମାଞ୍ଚଳ ରୁପନଦେହୀ ଜିଲ୍ଲାରେ ଅବସ୍ଥିତ । କପିଳବସ୍ତୁ ପୌରପରିଷଦ ଅଞ୍ଚଳରେ ପୂର୍ବରେ ୨୫କି.ମି ଦୂରରେ ଏହା ରହିଛି। ଇହୁଦୀଙ୍କ ଜେରୁଜେଲମ ଓ ମୁସଲିମଙ୍କ ପାଇଁ ମକ୍କା ଯେଭଳି ପ୍ରସିଦ୍ଧ ସେହିଭଳି ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ଲୁମ୍ବିନୀ ପ୍ରସିଦ୍ଧ। ବୁଦ୍ଧଙ୍କ ତ୍ୟାଗ ଓ ଆଦର୍ଶ ସହିତ ସଂଶ୍ଲିଷ୍ଠ ୪ଟି ସ୍ଥଳୀ ମଧ୍ୟରୁ ଲୁମ୍ବିନୀ ଅନ୍ୟତମ। ଅନ୍ୟ ୩ଟି ସ୍ଥଳୀ ହେଉଛି କୁଶିନଗର,ବୋଧ ଗୟାସାରନାଥ[]

ଲୁମ୍ବିନୀରେ ରହିଛି ମାୟାଦେବୀ ମନ୍ଦିର,ପୁଷ୍କରିଣୀ, ଓ ପାର୍କ ।ବୁଦ୍ଧଙ୍କୁ ଜନ୍ମ ଦେବା ପୂର୍ବରୁ ଏଠାରେ ଥିବା ପୁଷ୍କରିଣୀରେ ମାଆ ମାୟାଦେବୀ ଗାଧୋଇଥିଲେ ବୋଲି କୁହାଯାଏ । ବଗିଚାର ସୌନ୍ଦର୍ଯ୍ୟ ଉପଭୋଗ କରୁଥିବା ବେଳେ ସେ ପ୍ରସବ ବେଦନା ପାଇଥିଲେ ଏବଂ ଏକ ଶାଳଗଛ ମୂଳେ ଶିଶୁ ବୁଦ୍ଧଙ୍କୁ ଜନ୍ମ ଦେଇଥିଲେ ।[][]

ଖ୍ରୀଷ୍ଟପୂର୍ବ ୨୪୯ରେ ସମ୍ରାଟ ଅଶୋକ ଲୁମ୍ବିନୀ ପରିଦର୍ଶନରେ ଆସିଥିବା ସମୟରେ ୪ଟି ସ୍ତୁପ ଓ ଏକ ସ୍ତମ୍ଭ ନିର୍ମାଣ କରିଥିଲେ । ସ୍ତମ୍ଭ ଉପରେ ଏକ ଘୋଡାର ମୂର୍ତ୍ତି ରହିଥିଲା । ପଥରରେ ନିର୍ମିତ ଏହି ସ୍ତମ୍ଭରେ ଖୋଦେଇହେଇ କେତେକ ତଥ୍ୟ ରହିଛି ।[]୧୮୯୫ରେ ଜର୍ମାନୀରେ ପ୍ରତ୍ନତ୍ତ୍ୱତବିତ ଫ୍ୟୁରର ଚୁରିଆ ରେଞ୍ଜରେ ଘୁରି ବୁଲୁଥିବା ବେଳେ ଅଶୋକ ନିର୍ମାଣ କରିଥିବା କେତେକ ସ୍ତୁପ ଓ ସ୍ତମ୍ଭ ଆବିଷ୍କାର କରିଥିଲେ । ପରେ ସମ୍ପୃକ୍ତ ଅଞ୍ଚଳରେ ଖନନ କରାଯିବାଦ୍ୱାରା ସେଠାରୁ ପ୍ରାଚୀନ ମନ୍ଦିର ଓ କିର୍ତ୍ତିରାଜି ମିଳିଥିଲା।୧୯୯୭ରେ ୟୁନେସ୍କୋ ପକ୍ଷରୁ ଏହାକୁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ମିଳିଥିଲା ।[]

ଆହୁରି ଦେଖନ୍ତୁ

[ସମ୍ପାଦନା]
  1. http://www.buddhist-tourism.com/four-holy-sites.html
  2. http://www.buddhanet.net/e-learning/buddhistworld/lumbini.htm
  3. "ଆର୍କାଇଭ୍ କପି". Archived from the original on 2012-07-01. Retrieved 2012-07-02. {{cite web}}: Cite has empty unknown parameter: |1= (help)
  4. http://www.vam.ac.uk/content/articles/b/buddhist-pilgrimage-sites-astamahapratiharya/
  5. http://whc.unesco.org/en/list/666/

ବାହାର ଆଧାର

[ସମ୍ପାଦନା]

27°28′02″N 83°16′30″E / 27.467155°N 83.274908°E / 27.467155; 83.274908

pFad - Phonifier reborn

Pfad - The Proxy pFad of © 2024 Garber Painting. All rights reserved.

Note: This service is not intended for secure transactions such as banking, social media, email, or purchasing. Use at your own risk. We assume no liability whatsoever for broken pages.


Alternative Proxies:

Alternative Proxy

pFad Proxy

pFad v3 Proxy

pFad v4 Proxy