Jump to content

ଶକ୍ତି

ଉଇକିପିଡ଼ିଆ‌ରୁ

ଶକ୍ତି ଶବ୍ଦର ଅର୍ଥ ବିସ୍ତୃତ ।

ବିଜୁଳି, ଏକ ପ୍ରକାରର ଶକ୍ତି
  • ସାଧାରଣତଃ ଶକ୍ତି ହେଉଛି ମାନବ, ପ୍ରାଣୀ ବା କୌଣସି ଭୌତିକ ବସ୍ତୁର କାର୍ଯ୍ୟ କରିବାର ଅଥବା ପରିବର୍ତ୍ତନ କରିବାର କ୍ଷମତା ।
    • ଏହା କୌଣସି ବ୍ୟକ୍ତିର କରିବାର ବା କହିବାର କ୍ଷମତାକୁ ବୁଝାଇପାରେ ।
    • ବିଜ୍ଞାନରେ ଏହା କୌଣସି ଭୌତିକ ପ୍ରଣାଳୀର ପରିବର୍ତ୍ତନ କରିବାର କ୍ଷମତାକୁ ବୁଝାଇଥାଏ ।
    • ଅର୍ଥନୀତିରେ ବଜାରର ଏକ ଅଂଶକୁ ଶକ୍ତି କୁହାଯାଇପାରେ ।

ବିଜ୍ଞାନରେ ଶକ୍ତି

[ସମ୍ପାଦନା]

କାର୍ଯ୍ୟ କରିବାର କ୍ଷମତାକୁ ଶକ୍ତି କୁହାଯାଏ ।

ଥୋମାସ୍ ୟଙ୍ଗ୍, ଶକ୍ତି ଶବ୍ଦକୁ ଉନ୍ନତ ଅର୍ଥରେ ବ୍ୟବହାର କରିଥିବା ବ୍ୟକ୍ତି

ମୂଳତଃ ଶକ୍ତି ଦୁଇ ପ୍ରକାରର ହୋଇଥାଏ ।

ଶକ୍ତି ସଂରକ୍ଷଣ

[ସମ୍ପାଦନା]

ଶକ୍ତିର ସୃଷ୍ଟି କିମ୍ବା ବିନାଶ ନାହିଁ, ଏହା କେବଳ ରୂପ ପରିବର୍ତ୍ତନ କରିପାରେ ।[] କୌଣସି ଆବଦ୍ଧ ତନ୍ତ୍ରରେ ଥିବା ଶକ୍ତି ସବୁବେଳେ ସମାନ ।[] ଏହି ନିୟମକୁ ଶକ୍ତି ସଂରକ୍ଷଣର ନିୟମ କୁହାଯାଏ ।

ଶକ୍ତି ସଂରକ୍ଷଣ ନିୟମର ଦୃଷ୍ଟାନ୍ତ

[ସମ୍ପାଦନା]

ଦୃଷ୍ଟାନ୍ତଟି ଏହିପରି:

  1. କୌଣସି ବସ୍ତୁର ଶକ୍ତିକୁ ମପାଯାଉ ।
  2. ଶକ୍ତି ପରିବର୍ତ୍ତନ ଘଟି ସ୍ଥିତିଜରୁ ଗତିଜ ଓ ପୁନର୍ବାର ଗତିଜରୁ ସ୍ଥିତିଜ ହେଉ ।
  3. ଶେଷରେ ବସ୍ତୁର ଶକ୍ତିକୁ ପୁଣି ମପାଯାଉ ।

ଆରମ୍ଭ ଓ ଶେଷ ସମୟର ମାପ ସର୍ବଦା ସମାନ ରହିବ ।

ବସ୍ତୁ ଓ ଶକ୍ତିର ସଂରକ୍ଷଣ

[ସମ୍ପାଦନା]

ଏବେ ଜଣା ପଡ଼ିଲାଣି ଯେ ଆଣବିକ ବିଖଣ୍ଡନ ଓ ସମ୍ମିଶ୍ରଣଦ୍ୱାରା ବସ୍ତୁକୁ ଶକ୍ତିରେ ଏବଂ ଶକ୍ତିକୁ ବସ୍ତୁରେ ପରିବର୍ତ୍ତନ କରିହେବ । ଅତଏବ ଶକ୍ତି ସଂରକ୍ଷଣର ନିୟମ ପରିବର୍ତ୍ତିତ ହୋଇ ବସ୍ତୁ ଓ ଶକ୍ତି ସଂରକ୍ଷଣର ନିୟମରେ ପରିଣତ ହେଲା । ଆଲ୍‌ବର୍ଟ୍ ଆଇନ୍‌ଷ୍ଟାଇନ୍ ପ୍ରଥମେ ଏହାର ଗାଣିତିକ ସୂତ୍ର ପ୍ରଦାନ କରିଥିଲେ: E = mc2

ଶକ୍ତିର ପ୍ରକାର

[ସମ୍ପାଦନା]

ବୈଜ୍ଞାନିକମାନେ ଅନେକ ପ୍ରକାରର ଶକ୍ତିକୁ ଚିହ୍ନଟ କରି ଦେଖି ସାରିଲେଣି ଯେ ସେମାନେ ପରସ୍ପର ପରିବର୍ତ୍ତନଶୀଳ । ଉଦାହରଣ ସ୍ୱରୂପ:

ଶକ୍ତିର ମାପ

[ସମ୍ପାଦନା]

ଶକ୍ତିକୁ ମପା ଯାଇପାରେ । ଅର୍ଥାତ୍, କୌଣସି ବସ୍ତୁର ଶକ୍ତିକୁ ସଂଖ୍ୟାରେ ତଉଲା ଯାଇପାରିବ ।

ଅନ୍ୟାନ୍ୟ ମାପ ପରି, ଶକ୍ତିର ମଧ୍ୟ ଏକକ ଅଛି । ଶକ୍ତି ମାପର ଏକକ ମାପ ପାଇଁ ଅତି ଗୁରୁତ୍ୱପୂର୍ଣ ।

ଶକ୍ତି ମାପର କେତେକ ଏକକ

[ସମ୍ପାଦନା]

ଶକ୍ତିର SI ଏକକ ହେଉଛି ଜୁଲ୍ । ଏହା ଜେମ୍‌ସ୍ ପ୍ରେସ୍କଟ୍ ଜୁଲ୍‌ଙ୍କ ନାମରେ ନାମିତ ହୋଇଛି ।୧ ଜୁଲ୍ ଏକ ନ୍ୟୁଟନ୍-ମିଟର ସହିତ ସମାନ । SI ମୂଳ ଏକକ ଅନୁସାରେ, ୧ ଜୁଲ୍ ହେଉଛି ୧ କେଜି ମି.2 ସେ.−2.

ବିଦ୍ୟୁତ୍ ଶକ୍ତିର ଏକକ ହେଉଛି କିଲୋୱାଟ୍-ଘଣ୍ଟା । ଏକ କିଲୋୱାଟ୍-ଘଣ୍ଟା ହେଉଛି ୩୬,୦୦,୦୦୦ ଜୁଲ୍ (୩୬୦୦କିଲୋଜୁଲ୍ ବା ୩.୬ ମେଗାଜୁଲ୍) ।

ବ୍ରହ୍ମାଣ୍ଡରେ ଶକ୍ତି

  1. ୧.୦ ୧.୧ Woolley, Steve. Edexcel IGCSE Physics Revision Guide. Pearson Education. p. 49. ISBN 9780435046736.

ଅନ୍ୟାନ୍ୟ ପୃଷ୍ଟା

[ସମ୍ପାଦନା]
pFad - Phonifier reborn

Pfad - The Proxy pFad of © 2024 Garber Painting. All rights reserved.

Note: This service is not intended for secure transactions such as banking, social media, email, or purchasing. Use at your own risk. We assume no liability whatsoever for broken pages.


Alternative Proxies:

Alternative Proxy

pFad Proxy

pFad v3 Proxy

pFad v4 Proxy