Jump to content

କଙ୍କାଳ

ଉଇକିପିଡ଼ିଆ‌ରୁ
ସିଡନିର ଅଷ୍ଟ୍ରେଲିଆ ମିୟୁଜିଅମ ବା ଜାଦୁଘରରେ ଥିବା ମାନବ ଓ ଅଶ୍ୱର କଙ୍କାଳ

କଙ୍କାଳ ଶବ୍ଦର ଇଂରାଜୀ ପ୍ରତିଶବ୍ଦ ହେଉଛି ସ୍କେଲିଟନ୍ (Skeleton) ଯାହାକି ଏକ ଗ୍ରିକ୍ ଶବ୍ଦ ଓ ତାହାର ଅର୍ଥ ହେଉଛି ଶୁଷ୍କ ଦେହ ବା ମମି (skeletos = "dried-body", "mummy") । ଏହା ଶରୀରର ଏପରି ଏକ ଅଙ୍ଗ ଯିଏ ଜୀବର ସମୁଦାୟ ଶରୀରକୁ ଆଶ୍ରା (Support) ଦିଏ । ଦୁଇ ପ୍ରକାର କଙ୍କାଳ ଅଛି: ବହିଃ କଙ୍କାଳ ଓ ଅନ୍ତଃ କଙ୍କାଳ । ଯେଉଁ କଙ୍କାଳ ଜୀବ ଶରୀରର ବହିଃ ଆବରଣ ବା ଘୋଡ଼ଣୀ ଭଳି ଥାଏ ତାହାକୁ ବହିଃ କଙ୍କାଳ କହନ୍ତି । ଶରୀର ଅଭ୍ୟନ୍ତରରେ ଥିବା କଙ୍କାଳକୁ ଅନ୍ତଃ କଙ୍କାଳ କହନ୍ତି ।

କଙ୍କାଳର ପ୍ରକାର

[ସମ୍ପାଦନା]

ବହିଃ କଙ୍କାଳ

[ସମ୍ପାଦନା]
ପିମ୍ପୁଡିର ବହିଃ କଙ୍କାଳ

ବହିଃ କଙ୍କାଳ ଶରୀରର ଆବରଣ ରୂପେ ଥାଏ । ଅନେକ ଅମେରୁଦଣ୍ଡୀ ପ୍ରାଣୀମାନଙ୍କ ଦେହରେ ଥାଏ । ଏହା ଦେହର କୋମଳ ତନ୍ତୁ ଓ ଅଙ୍ଗମାନଙ୍କୁ ଘୋଡେଇ ରକ୍ଷା କରେ । ଏହି ବହିଃ କଙ୍କାଳକୁ ସମୟ କ୍ରମେ ଦେହ ବହିଷ୍କାର କରେ ଓ ତାହା ବଦଳରେ ନୂଆ ବହିଃ କଙ୍କାଳ ସୃଷ୍ଟି ହୁଏ । ଆର୍ଥୋପୋଡ ଜାତିର ବିଭିନ୍ନ ପୋକଙ୍କ ଦେହରେ ଏହା ଥାଏ । ଚିଟିନ (chitin ), କ୍ୟାଲସିୟମ ଓ ସିଲିକେଟଦ୍ୱାରା ଏହି ଆବରଣ ତିଆରି ହୋଇଥାଏ ।
ବହିଃ କଙ୍କାଳ ମାଂସପେଶୀକୁ ସଂଯୋଗ କରେ, ଦେହକୁ ଶୁଖି ଯିବାରୁ ରକ୍ଷା କରେ ଓ ଇନ୍ଦ୍ରିୟ କାମ କରେ । ମୋଲୁସ୍କ ଦେହରେ ଇନ୍ଦ୍ରିୟ ଅନୁଭୁତି ନ ଥାଏ ।
ବହିଃ କଙ୍କାଳ ଓଜନିଆ ହୋଇପାରେ । ଜଳ ଭିତର ପ୍ରାଣୀଙ୍କ ବହିଃ କଙ୍କାଳ ଓଜନିଆ ହେଲେ ମଧ୍ୟ ଜଳ ମଧ୍ୟରେ ରହୁ ଥିବାରୁ କିଛି ଅସୁବିଧା ହୁଏ ନାହିଁ । ସଦର୍ଣ୍ଣ ଜାଏଣ୍ଟ କ୍ଲାମ, ଓ ସିରିକ୍ସ ଅରୁଆନସ ଭଳି ପ୍ରାଣୀମାନଙ୍କର ବିରାଟକାୟ ଓଜନିଆ ବହିଃ କଙ୍କାଳ ଥାଏ ।

ଅନ୍ତଃ କଙ୍କାଳ

[ସମ୍ପାଦନା]
ହାତୀର ଅନ୍ତଃ କଙ୍କାଳ.
ଓକ୍ଲାହାମା ସହରର କଙ୍କାଳ ଯାଦୁଘରେ ଥିବା ବିଭରର ଅନ୍ତଃ କଙ୍କାଳ .

ଅନ୍ତଃ କଙ୍କାଳ ଜୀବ ଶରୀରର ଭାର ବହନ କରେ । ଏହା ମେରୁଦଣ୍ଡୀ ପ୍ରାଣୀମାନଙ୍କରେ ଦେଖାଯାଏ । ଏହାର ଗଠନ ଜଟିଳ, ଭାର ବହନ ସାଥିରେ ଏହା ମାଂସପେଶୀଙ୍କୁ ନିଜ ସଙ୍ଗେ ସଂଯୁକ୍ତ କରେ । ଏହା ମେସୋଡର୍ମରୁ ତିଆରି ହୋଇଥାଏ ।

ସ୍ପଞ୍ଜ

[ସମ୍ପାଦନା]

ଏହାର କଙ୍କାଳ ଚୂନ ଜାତୀୟ ଓ ସିଲିକା ଜାତୀୟ ପଦାର୍ଥରେ ଗଢ଼ା । ସ୍ପଞ୍ଜ ଜାତୀୟ ପାଣୀମାନଙ୍କ ମଧ୍ୟରେ ଡେମୋସ୍ପଞ୍ଜ ସଂଖ୍ୟା ସର୍ବାଧିକ (୯୦ %) ।ଏହା ଏପିଡର୍ମିସ ତଳେ ଓ ମେସୋଡର୍ମ ଭିତରେ ଥାଏ । କ୍ଷୁଦ୍ର ପ୍ରୋଟିନ ତନ୍ତୁ ସ୍ପଞ୍ଜିନ୍ ଓ ସିଲିକାଦ୍ୱାରା ଏହା ଗଢ଼ା । ଏଥି ନିମନ୍ତେ ଏହା ପୋଲା କିନ୍ତୁ ଶକ୍ତ ରହେ । ଏହା ପରଷ୍ପର ସହ ସଂଯୁକ୍ତ ହୋଇ ଏକ ପ୍ରକାର ଅସ୍ଥି ପ୍ଲେଟ ତିଆରି କରେ । ଏହା ମଧ୍ୟରେ ଗଣ୍ଠି ମଧ୍ୟ ଥାଏ ।

ଏକିନୋଡର୍ମ

[ସମ୍ପାଦନା]

କର୍ଡେଟ

[ସମ୍ପାଦନା]

ପକ୍ଷୀ

[ସମ୍ପାଦନା]

ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀ

[ସମ୍ପାଦନା]

ହାଇଡ୍ରୋସ୍ଟାଟିକ କଙ୍କାଳ

[ସମ୍ପାଦନା]

ସାଇଟୋକଙ୍କାଳ

[ସମ୍ପାଦନା]

ମନୁଷ୍ୟ କଙ୍କାଳ

[ସମ୍ପାଦନା]
କଙ୍କାଳ ଅନୁଶୀଳନ, ମସିହା ୧୫୧୦, ଲିଓନାର୍ଡୋ ଡା ଭିନ୍ସିଙ୍କ ଦ୍ୱାରା

କେତେକ ସଂଯୁକ୍ତ ଓ ଏକକ ଅସ୍ଥିମାନଙ୍କୁ ନେଇ କଙ୍କାଳ ଗଢ଼ା ହୋଇଥାଏ । ଗଣ୍ଠି ରଜ୍ଜୁ (ligaments), ପେଶୀ ରଜ୍ଜୁ (tendons), ମାଂସପେଶୀ ଓ ଉପାସ୍ଥିମାନଙ୍କ (Cartilage)ଦ୍ୱାରା ଅସ୍ଥିଗୁଡିକ ସଂଯୁକ୍ତ ହୋଇ ରହନ୍ତି । କଙ୍କାଳର କାମ: ଅଙ୍ଗ ପ୍ରତ୍ୟଙ୍ଗମାନଙ୍କୁ ଆଧାର ଦିଏ, ମାଂସପେଶୀ ଏହା ସହ ସଂଯୁକ୍ତ ହୁଅନ୍ତି ଓ ମସ୍ତିଷ୍କ, ଫୁସଫୁସ, ହୃତ୍‌ପିଣ୍ଡମାନଙ୍କୁ ସୁରକ୍ଷା ଦିଏ । ଜଙ୍ଘାସ୍ଥି (Femur) ଶରୀରର ସବୁଠାରୁ ବଡ଼ ଅସ୍ଥି ଓ ସବୁଠାରୁ ଛୋଟ ଅସ୍ଥି ମଧ୍ୟକର୍ଣ୍ଣରେ ଥାଏ ଯାହାର ନାମ ସ୍ଟେପିସ । ଶରୀର ଓଜନର ୧୪% ହେଉଛି କଙ୍କାଳର ଓଜନ[] ଓ ତାହାର ଅର୍ଦ୍ଧେକ ଜଳର ଓଜନ ।
କେତେକ ଅସ୍ଥିଦ୍ୱାରା ସଂଯୁକ୍ତ ହୋଇ ଖପୁରି (Cranium) ଓ ନିତମ୍ବାସ୍ଥି (Pelvis) ଗଢ଼ା ହୋଇଥାଏ । ମଧ୍ୟ କର୍ଣ୍ଣରେ ତିନୋଟି ଛୋଟ ଛୋଟ ଅସ୍ଥି ଲମ୍ବ ଭାବରେ ଥାଏ । ବେକର ସାମନା ପାଖରେ ହାଇଅଏଡ ଅସ୍ଥି ଜିଭକୁ ସଂଯୋଗ କରେ । ଏହା ଅନ୍ୟ କୌଣସି ଅସ୍ଥି ସହ ସଂଯୁକ୍ତ ନ ହୋଇ କେବଳ ଗଣ୍ଠି ରଜ୍ଜୁ ଓ ମାଂସପେଶୀ ସହ ସଂଯୁକ୍ତ ହୋଇଥାଏ ।
ମନୁଷ୍ୟ ଶରୀରରେ ୨୦୬ ଖଣ୍ଡି ହାଡ଼ ଥାଏ । ପାଞ୍ଚଟି ହାଡ ସଂଯୁକ୍ତ ହୋଇ ସାକ୍ରମ ହାଡ଼ ତିଆରି ହୁଏ, ଚାରୋଟି ହାଡ଼ ସଂଯୁକ୍ତ ହୋଇ କକ୍‌ସିକ୍ସ ତିଆରି ହୁଏ, ଛଅଟି ହାଡ଼(ବାମ ପାଖରେ ୩ ଓ ଡାହାଣ ପାଖରେ ୩ ) ସଂଯୁକ୍ତ ହୋଇ ନିତମ୍ବାସ୍ଥି ତିଆରି ହୁଏ । ନବଜାତ ଶିଶୁ ଦେହରେ ୨୭୦ ହାଡ଼[][][] ଥାଏ । ଶରୀରର ମଧ୍ୟ ଭାଗରେ ଲମ୍ବ ଭାବରେ ଥିବା କଙ୍କାଳକୁ ଆକ୍ସିଆଲ୍ କଙ୍କାଳ କହନ୍ତି । ଉପର ଓ ନିମ୍ନ ଅବୟବଙ୍କୁ ଆପେଣ୍ଡିକୁଲାର କଙ୍କାଳ[] କୁହାଯାଏ ।
କଙ୍କାଳର ସମ୍ପୁର୍ଣ୍ଣ ଗଠନ ନିମନ୍ତେ ୨୦ ବର୍ଷ ଲାଗେ । ଅସ୍ଥି ଭିତରେ ଥିବା ମଜ୍ଜାରେ ରକ୍ତ କଣିକା ପ୍ରସ୍ତୁତ ହୁଏ[]

ଅସ୍ଥି ଓ ଉପାସ୍ଥି

[ସମ୍ପାଦନା]

ଅସ୍ଥି

[ସମ୍ପାଦନା]

ମେରୁଦଣ୍ଡୀ ପ୍ରାଣୀଙ୍କର ହାଡ଼ ଗୋତିଏ କଠିନ ଅଙ୍ଗ । ଶରୀରରେ ସ୍ଥାନ ବିଶେଷରେ ହାଡ଼ର ବିଭିନ୍ନ ଆକାର ଥିବା ଦେଖାଯାଏ । ଏହାର ଗଠନ ଏକ ମହୁଫେଣା ଭଳି ଦେଖାଯାଏ । ଏହା ଜୈବିକ ଓ କ୍ୟାଲସିୟମ ଭଳି ପଦାର୍ଥଦ୍ୱାରା ଗଠିତ ହୋଇଥାଏ । ହାଡ଼ର ମଧ୍ୟ ଭାଗରେ ଅସ୍ଥିମଜ୍ଜା ଥାଏ । ଏହି ମଜ୍ଜାରେ ରକ୍ତ କଣିକା ପ୍ରସ୍ତୁତ ହୁଏ ।

ଉପାସ୍ଥି

[ସମ୍ପାଦନା]

କେବଳ ନାକ ଓ କାନ ଛଡା ଅନ୍ୟ ସ୍ଥାନରେ ଉପାସ୍ଥି ନ ଥିବା ଭ୍ରାନ୍ତ ଧାରଣା ଅଧିକାଂଶ ଲୋକଙ୍କର ଥାଏ । ଜରାୟୁରେ ଭୃଣ ସଞ୍ଚାର ପରେ ଅସ୍ଥି ସ୍ଥାନରେ ଉପାସ୍ଥି ହିଁ ଥାଏ । ଦ୍ୱିତୀୟ ଟ୍ରାଇମେସ୍ଟର ବେଳକୁ ଏହି ଉପାସ୍ଥି ରୁପାନ୍ତରିତ ହୋଇ ଅସ୍ଥି ହୋଇଯାଏ । କାନ, ନାକ, ଛାତି, ଗଣ୍ଠି, ଶ୍ୱାସ ନଳୀ ଓ ମେରୁଅସ୍ଥି ମଝିରେ ଉପାସ୍ଥିମାନ ଥାଆନ୍ତି ।
ଉପାସ୍ଥିରେ କଣ୍ଡ୍ରୋସାଇଟ ନାମକ ଜୀବକୋଷ ଥାଏ । ଏହା ଚାରିଆଡେ ମାଟ୍ରିକ୍ସ ନାମକ ପଦାର୍ଥ ଥାଏ ଯେଉଁଥିରେ ଏକ ନମ୍ବର କୋଲାଜେନ ସୂତ୍ରତନ୍ତୁ ଓ ପ୍ରୋଟିଓଗ୍ଲାଇକାନ ଭଳି ପ୍ରୋଟିନ ପଦାର୍ଥ ଥାଏ ଯାହାକୁ ଗ୍ରାଉଣ୍ଡ ସବସ୍ଟାନ୍ସ (Ground substance) କୁହାଯାଏ । ଏହି ଗ୍ରାଉଣ୍ଡ ସବସ୍ଟାନ୍ସରେ ଇଲାସ୍ଟିନ ନାମକ ପଦାର୍ଥ ମଧ୍ୟ ଥାଏ । ମାତ୍ରିକ୍ସରେ ଥିବା ବିଭିନ୍ନ ରକମର ପଦାର୍ଥର ଉପସ୍ଥିତି ଅନୁସାରେ ଉପାସ୍ଥିର ନାମ କରଣ ହୋଇଥାଏ ଯଥା: ଇଲାସ୍ଟିକ ଉପାସ୍ଥି, ହ୍ୟାଲିନ ଉପାସ୍ଥି ଓ ଫାଇବ୍ରୋ ଉପାସ୍ଥି ।
ଉପାସ୍ଥିକୁ କୌଣସି ରକ୍ତ ସରବରାହ ହୁଏ ନାହିଁ । ଏହା ଡିଫ୍ୟୁଜନ ପଦ୍ଧତିରେ ପୋଷକ ସଂଗ୍ରହ କରେ ।

  1. William W. Reynolds and William J. Karlotski (1977). "The Allometric Relationship of Skeleton Weight to Body Weight in Teleost Fishes: A Preliminary Comparison with Birds and Mammals". Copeia: 160–163.
  2. Miller, Larry (2007-12-09). "We're Born With 270 Bones. As Adults We Have 206". Ground Report. Archived from the original on 2008-11-09. Retrieved 2013-02-20.
  3. "How many bones does the human body contain?". Ask.yahoo.com. 2001-08-08. Retrieved 2010-03-04.
  4. http://education.sdsc.edu/download/enrich/exploring_human.pdf
  5. Tözeren, Aydın (2000). Human Body Dynamics: Classical Mechanics and Human Movement. Springer. pp. 6–10. ISBN 0-387-98801-7.
  6. "Human bones in the body?". Archived from the original on 2013-06-03. Retrieved 2013-01-30.

ଅଧିକ ତଥ୍ୟ

[ସମ୍ପାଦନା]
pFad - Phonifier reborn

Pfad - The Proxy pFad of © 2024 Garber Painting. All rights reserved.

Note: This service is not intended for secure transactions such as banking, social media, email, or purchasing. Use at your own risk. We assume no liability whatsoever for broken pages.


Alternative Proxies:

Alternative Proxy

pFad Proxy

pFad v3 Proxy

pFad v4 Proxy